ଏଆଇ ଦେବ ପାଣିପାଗ ସୂଚନା

ନୂଆଦିଲ୍ଲୀ,୧୪।୧(ପି.ଟି.)ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପ୍ରତିଷ୍ଠାର ୧୫୦ତମ ବାର୍ଷିକୀ ପାଳନ କରିବାକୁ ଯାଉଥିବାବେଳେ ପାଗ ସମ୍ପର୍କିତ ସମ୍ପୂର୍ଣ୍ଣ ଠିକ୍‌ ପୂର୍ବାନୁମାନ ମଡେଲ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଏବଂ ତ୍ୱରିତ୍‌ ସୁପର କମ୍ପ୍ୟୁଟରର ଉପଯୋଗ ନେଇ ଯୋଜନା କରୁଛି। ଆଇଏମ୍‌ଡିର ମହାନିର୍ଦ୍ଦେଶକ (ଡିଜି) ମୃତ୍ୟୁଞ୍ଜୟ ମହାପାତ୍ର ଏକ ସାକ୍ଷାତ୍‌କାରରେ ଏହା କହିଛନ୍ତି। କାଳବୈଶାଖୀ ସୃଷ୍ଟି ଏବଂ ପ୍ରବଳ ମୌସୁମୀ ବର୍ଷା ପଛର ବାସ୍ତବ ପ୍ରକ୍ରିୟାକୁ ଭଲଭାବେ ବୁଝିବା ପାଇଁ ପାଣିପାଗ କାର୍ଯ୍ୟାଳୟ ଓଡ଼ିଶା ଏବଂ ମଧ୍ୟପ୍ରଦେଶରେ ପରୀକ୍ଷା କ୍ଷେତ୍ର ସ୍ଥାପନ କରିଛି। ପାଣିପାଗ ପୂର୍ବାନୁମାନରେ ଉନ୍ନତି ଆଣିବାରେ ଏହା ସହାୟକ ହୋଇପାରିବ ବୋଲି ମୃତ୍ୟୁଞ୍ଜୟ କହିଛନ୍ତି।
ଆଇଏମ୍‌ଡି ସୋମବାର ‘ପଞ୍ଚାୟତ ପାଣିପାଗ ସେବା’ ଶୁଭାରମ୍ଭ କରିବା ସହ ଏହାର ପ୍ରତିଷ୍ଠାର ୧୫୦ତମ ବାର୍ଷିକୀ ପାଳନ ଆରମ୍ଭ କରିବ। ପ୍ରତି ଗାଁର ଚାଷୀଙ୍କ ପାଖରେ ପାଣିପାଗ ପୂର୍ବାନୁମାନ ପହଞ୍ଚାଇବା ସହ ପ୍ରତ୍ୟେକ କ୍ଷେତ୍ରରେ ମୁଖ୍ୟ ଜଳବାୟୁ ସୂଚନା ସମ୍ପର୍କିତ ଜାତୀୟ ଜଳବାୟୁ ସେବା ଫ୍ରେମ୍‌ଓ୍ବର୍କ ସ୍ଥାପନ ଏହାର ଲକ୍ଷ୍ୟ।
ଉନ୍ନବିଂଶ ଶତାବ୍ଦୀ ଶେଷ ଭାଗରେ କୋଲକାତା ବନ୍ଦରରେ ବାତ୍ୟା ସତର୍କତା ଜାରି ହେଉଥିଲା। ଏବେ ପ୍ରତ୍ୟେକ ୟୁଜରଙ୍କ ମୋବାଇଲ ଫୋନ୍‌ରେ ସତର୍କ ସୂଚନା ପହଞ୍ଚୁଛି। ଭାରତୀୟ ପାଣିପାଗ ବିଭାଗ ଇତିମଧ୍ୟରେ ବହୁ ପଥ ଅତିକ୍ରମ କରିଛି। ପୂର୍ବାନୁମାନ ସାମର୍ଥ୍ୟ ବଢ଼ାଇବା ପାଇଁ ଏଆଇ ଏବଂ ମେଶିନ୍‌ ଲର୍ନିଂ (ଏମ୍‌ଏଲ୍‌)ର ସଦ୍ୟତମ ଅଗ୍ରଗତିକୁ ବ୍ୟବହାର କରିବା ପାଇଁ ଯୋଜନା ହେଉଛି। ପାଣିପାଗ ବିଭାଗ ଏଆଇ-ଏମ୍‌ଏଲ୍‌ ଉପରେ ଏକ ବିଶେଷଜ୍ଞ ଗ୍ରୁପ୍‌ ଗଠନ କରିଥିବାବେଳେ ପୂର୍ବାନୁମାନ ସଠିକତାରେ ଉନ୍ନତି ଆଣିବାରେ ବ୍ୟବହୃତ ହେବା ଭଳି ଉପକରଣର ମିଳିତ ବିକାଶ ପାଇଁ ଏନ୍‌ଆଇଟି, ଆଇଆଇଟି, ଆଇଆଇଆଇଟି, ଶିକ୍ଷାବିତ୍‌ ଏବଂ ଗବେଷଣା ଓ ବିକାଶ ସଂସ୍ଥାର ସହଯୋଗ ନିଆଯାଇଥିବା ମୃତ୍ୟୁଞ୍ଜୟ କହିଛନ୍ତି। ନାଓକାଷ୍ଟ ଏକ ଭଲ କ୍ଷେତ୍ର ହୋଇପାରିବ, ଯେଉଁଠି ପାଣିପାଗ ପୂର୍ବାନୁମାନ ଓ ନିଷ୍ପତ୍ତି ନେବାରେ ଉନ୍ନତି ଆଣିବାରେ ଏଆଇ/ଏମ୍‌ଏଲ୍‌ର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିପାରିବ ବୋଲି ଆଇଏମ୍‌ଡି ଏମ୍‌ଡି କହିଛନ୍ତି। ଏହା ବ୍ୟତୀତ ପାଣିପାଗ କାର୍ଯ୍ୟାଳୟ ସାଂଖିକ ମଡେଲିଂ ସାମର୍ଥ୍ୟରେ ଉନ୍ନତି ଲାଗି ଉଚ୍ଚ ପ୍ରଦର୍ଶନକାରୀ କମ୍ପ୍ୟୁଟିଂ ସିଷ୍ଟମ୍‌ର ଉନ୍ନତି କରିଛି। ଭୂବିଜ୍ଞାନ ମନ୍ତ୍ରଣାଳୟ ହାଇପର୍ଫମାନ୍ସ କମ୍ପ୍ୟୁଟିଂ ସିଷ୍ଟମ୍‌ କିଣିବା ପ୍ରକ୍ରିୟାରେ ରହିଛି। ଫଳରେ ପାଣିପାଗ କାର୍ଯ୍ୟାଳୟର ସାମର୍ଥ୍ୟ ୧୦ ପେଟାଫ୍ଲପ୍‌ରୁ ୩୦ ପେଟାଫ୍ଲପ୍‌କୁ ବୃଦ୍ଧି ପାଇବ। ଏହାଦ୍ୱାରା ସାଂଖିକ ମଡେଲ୍‌ କାର୍ଯ୍ୟସମୟ, ପ୍ରକ୍ରିୟା ପରବର୍ତ୍ତୀ ଡେଟା ସୃଷ୍ଟିରେ ଉନ୍ନତି ଘଟିବ। ତ୍ୱରିତ୍‌ ସୁପର କମ୍ପ୍ୟୁଟର ନିର୍ଦ୍ଦିଷ୍ଟ ସେକ୍ଟର ଏବଂ ସ୍ଥାନ ସମ୍ପର୍କରେ ସୂଚନା ସୃଷ୍ଟି କରିପାରିବ। ବର୍ତ୍ତମାନ ଆଇଏମ୍‌ଡିର ପାଣିପାଗ ମଡେଲିଂ ସିଷ୍ଟମର ରିଜୋଲ୍ୟୁଶନ ୧୨ କିଲୋମିଟର ରହିଥିବାବେଳେ ଏହାକୁ ୬ କିଲୋମିଟରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ଆଞ୍ଚଳିକ ମଡେଲିଂ ସିଷ୍ଟମକୁ ୩ କିଲୋମିଟରରୁ ୧ କିଲୋମିଟରକୁ ଉନ୍ନୀତ କରାଯିବ ବୋଲି ମୃତ୍ୟୁଞ୍ଜୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

RSS ପ୍ରତିଷ୍ଠାତା ହେଡ୍‌ଗଓ୍ବୋରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି, ମୋହନ ଭାଗବତଙ୍କୁ ଭେଟିଲେ

ନାଗପୁର,୩୦।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ନାଗପୁର ଗସ୍ତରେ ଅଛନ୍ତି। ସେ ଆରଏସ୍‌ଏସ୍‌ ମୁଖ୍ୟାଳୟରେ ପହଞ୍ଚିବା ପରେ ସ୍ମୃତି ମନ୍ଦିରରେ ସଂଘର ପ୍ରତିଷ୍ଠାତା ଡକ୍ଟର କେ...

ମାଗଣାରେ କେମିତି କରିବେ Ghibli style AI portraits, ଚୁଟକିରେ କରିଦେବ Grok

ଟେସଲା ଏବଂ ସ୍ପେସଏକ୍ସର ସିଇଓ ଏଲନ ମସ୍କ ଚାଟଜିପର ଅବସ୍ଥା ଆହୁରି ଖରାପ କରିବାକୁ ଅଣ୍ଟା ଭିଡିଲେଣି। ସମ୍ପ୍ରତି, ମସ୍କ ପ୍ଲାଟଫର୍ମରେ ଲୋକପ୍ରିୟ ଆନିମେସନ ଷ୍ଟୁଡିଓ...

Ghibli ଚୋରାଉଛି କି ଆପଣଙ୍କ ଚେହେରା? ଅରବ ଡଲାରରେ ବିକ୍ରି ହେଉଛି…

ନୂଆଦିଲ୍ଲୀ,୩୦।୩: ଆଜିକାଲି, ସୋସିଆଲ ମିଡିଆ OpenAIର ChatGPT 4.o ବ୍ୟବହାର କରି ସୃଷ୍ଟି ହୋଇଥିବା ଘିବଲି ଫୋଟ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଫେସବୁକ,...

Earthquake in Myanmar: ୨୪ଘଣ୍ଟାରେ ୧୫ଥର ଭୂକମ୍ପ, ଚାରିଆଡେ ଧ୍ୱସଂଲୀଳା

ବ୍ୟାଙ୍କକ୍‌/ନୂଆଦିଲ୍ଲୀ,୩୦ା୩: ମ୍ୟାନ୍‌ମାର ଏବଂ ଥାଇଲାଣ୍ଡରେ ସଂଘଟିତ ପ୍ରଳୟଙ୍କରୀ ଭୂକମ୍ପରେ ବ୍ୟାପକ କ୍ଷୟକ୍ଷତି ଘଟିବା ସହ ମୃତ୍ୟୁସଂଖ୍ୟା ୧,୬୦୦ ଟପିଛି। ବିଲ୍ଡିଂଗୁଡ଼ିକର ଭଗ୍ନାବଶେଷ ତଳୁ ଅଧିକ ସଂଖ୍ୟାରେ...

ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲ ଛାତରୁ ପଡ଼ି ଛାତ୍ର ମୃତ

ଉତ୍କଳ ବିଶ୍ୱବିଦ୍ୟାଳୟରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବାଣୀବିହାର ମଧୁସୂଦନ ହଷ୍ଟେଲ ଛାତରୁ ପଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକଜଣଙ୍କ ଫିଲୋସୋଫି(ଦର୍ଶନ...

ରାସ୍ତାରେ ପ୍ଲାକାର୍ଡ ଧରି ସ୍ବାମୀଙ୍କ ପ୍ରତିବାଦ: ସ୍ତ୍ରୀ, ବୟଫ୍ରେଣ୍ଡଙ୍କଠାରୁ ଜୀବନ ପ୍ରତି ବିପଦ ରହିଛି…

ଗ୍ବାଲିୟର, ୩୦।୩: ମଧ୍ୟପ୍ରଦେଶ ଗ୍ଲାଲିୟର ଜିଲାର ଅମିତ କୁମାର ସେନ୍‌ଙ୍କୁ ହତ୍ୟା ଭୟ ଘାରିଛି। ତାଙ୍କ ସ୍ତ୍ରୀଙ୍କର ୪ ଜଣ ବୟଫ୍ରେଣ୍ଡ ଅଛନ୍ତି। ରାହୁଲ ବାଥମ...

ଉତ୍କଳ ଦିବସ ୨୦୧୦ରୁ ଓଡ଼ିଶା ଦିବସ ହୋଇଗଲାଣି: ଜୟନାରାୟଣ

ଭୁବନେଶ୍ୱର,୩୦ା୩(ସୁନିତ୍‌ ମିଶ୍ର): ଉତ୍କଳ ଦିବସକୁ ନେଇ ଭାଜପା ବିଧାୟକ ଜୟନାରାୟଣ ମିଶ୍ର ବିବାଦୀୟ ବୟାନ ଦେଇଛନ୍ତି। ଶନିବାର ବିଧାନସଭା ବାହାରେ ସେ କହିଛନ୍ତି, ଆଉ ଉତ୍କଳ...

ଆସୁଛି କାଳବୈଶାଖୀ: ୬ଜିଲାରେ ଛେଚିବ

ଭୁବନେଶ୍ୱର,୩୦ା୩(ଅନୁରାଧା ମହାରଣା):ପାଣିପାଗକୁ ନେଇ ପୁଣି ବଡ଼ ଖବର । ପୁଣି ମିଳିବ ଆଶ୍ବସ୍ତି । ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ରର ଆକଳନ ଅନୁଯାୟୀ,...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image