କୃତ୍ରିମ ମେଧା-କିଛି କଥା

‘ଏଆଇ’ର ଆଉ ଗୋଟିଏ ଲକ୍ଷ୍ୟ ହେଲା କ୍ୟାମେରା ଦ୍ୱାରା ଉଠା ଯାଇଥିବା ଚିତ୍ର ବା ଭିଡିଓରୁ ପାରିପାର୍ଶ୍ୱିକ ବସ୍ତୁସବୁକୁ ଚିହ୍ନିବା ଓ ସେଗୁଡ଼ିକର ପାରସ୍ପରିକ ଅବସ୍ଥାନ ବିଷୟରେ ଧାରଣା କରିବା। ଗୋଟିଏ ରୋବଟର ଏହି କ୍ଷମତାର ବିଶେଷ ପ୍ରୟୋଜନ ହୁଏ, କାରଣ ତା’ହେଲେ ହିଁ ତାହା କେମିତି କାର୍ଯ୍ୟ କରିବ ତା’ ପରିକଳ୍ପନା କରିପାରେ। ଗତ ଶତାବ୍ଦୀର ଷାଠିଏ ଦଶକରୁ ହିଁ ଏହା ଗବେଷକମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲା ଓ ଏଥିରେ ବହୁତ କାର୍ଯ୍ୟ ମଧ୍ୟ କରାଯାଇଛି। କ୍ୟାମେରାରୁ ଯେଉଁ ଚିତ୍ର ମିଳେ, ତାହାର ପ୍ରତ୍ୟେକ ବିନ୍ଦୁରେ ରଙ୍ଗ ଓ ଉଜ୍ଜ୍ୱଳତା କେତେ ସେହି ତଥ୍ୟ କମ୍ପ୍ୟୁଟରକୁ ଦିଆଯାଏ। ଏହି ତଥ୍ୟରୁ କମ୍ପ୍ୟୁଟର ବୁଝିବାକୁ ଚେଷ୍ଟା କରେ ଚିତ୍ରରେ କ’ଣ ଦିଶୁଛି। ଏଥିପାଇଁ ଚିତ୍ରର ବିଭିନ୍ନ ଅଂଶକୁ ଅଲଗା କରାଯାଏ-ଯେମିତି ଗୋଟିଏ ଚିତ୍ରରେ କାନ୍ଥ, ଟେବୁଲ, ଟେବୁଲ ଉପରେ ଥିବା ବହି ଇତ୍ୟାଦିକୁ ଅଲଗା କରାଯାଇପାରେ। ଗୋଟିଏ ଅଂଶରେ ରଙ୍ଗ ଓ ଔଜ୍ଜ୍ୱଲ୍ୟର ମାତ୍ରା ପ୍ରାୟ ଏକା ହୋଇଥାଏ ଅଥବା ଖୁବ୍‌ ସାମାନ୍ୟ ପାର୍ଥକ୍ୟ ଥାଏ, ପ୍ରାଥମିକ ଭାବେ ଏହି ନୀତି ପ୍ରୟୋଗ କରି କି ଅଂଶଗୁଡ଼ିକୁ ଅଲଗା କରାଯାଏ। ଏହାପରେ ପ୍ରତ୍ୟେକ ଅଂଶ ଭିତରର ପ୍ରଚ୍ଛନ୍ନ ବସ୍ତୁର ସୀମାରେଖାଗୁଡ଼ିକୁ ଛିହ୍ନଟ କରାହୁଏ। ଚିତ୍ରରେ ଯେଉଁ ବିନ୍ଦୁଗୁଡ଼ିକରେ ଔଜ୍ଜ୍ୱଲ୍ୟର ପରିବର୍ତ୍ତନ ହାର ସବୁଠୁ ବେଶି ତାହାକୁ ନେଇ ଏଇ ରେଖାସବୁ ତିଆରି ହୁଏ। ଏହି ରେଖାଗୁଡ଼ିକ କିଭଳି ଗୋଟିଏ ଗୋଟିଏ ବିନ୍ଦୁରେ ଆସି ମିଳିତ ହୋଇଛି, ତାହାରି ଭିତରେ ବସ୍ତୁର ଆକୃତିର ଏକ ଛାପ ଥାଏ, ଯାହା ଦେଇ ତାହା ଚିହ୍ନି ହୁଏ। ବସ୍ତୁର ଆକୃତି ଅନୁସାରେ ଏହି ରେଖାର ବିନ୍ୟାସ ଭିନ୍ନ ହୋଇଥାଏ। ପରିଚିତ ବସ୍ତୁର ସମ୍ଭାବ୍ୟ ରେଖାର ବିନ୍ୟାସ ତଥ୍ୟ କମ୍ପ୍ୟୁଟରରେ ତାଲିକାଭୁକ୍ତ ଥାଏ। ତାହା ସହିତ ମିଶେଇ ଚିତ୍ରରେ କେଉଁ ବସ୍ତୁଟି ଦିଶୁଛି, ବୁଝାଯାଏ। ଅବଶ୍ୟ ଏହି ପ୍ରାଥମିକ ପଦ୍ଧତି ସହିତ ଆହୁରି ଅନେକ ଆନୁଷଙ୍ଗିକ ପଦ୍ଧତି ଯୁକ୍ତ କରାଯାଏ।
ଏଆଇର ଏହି ଯେଉଁ ସଂକ୍ଷିପ୍ତ ରୂପରେଖର ବର୍ଣ୍ଣନା କରାଗଲା, ଏହାକୁ ସନାତନ (କ୍ଲାସିକାଲ)କୃତ୍ରିମ ମେଧା କୁହାଯାଏ। ଯୁକ୍ତିବାଦ ଥିଲା ଏହାର ଭିତ୍ତି। ଏଥିରେ ମେଧା ବା ବୁଦ୍ଧିର ପରିପ୍ରକାଶ ପାଇଁ ଅନୁଭବ-ବୋଧ-କାର୍ଯ୍ୟ ଏପରି ଏକ ଚକ୍ରାକାର ନିୟନ୍ତ୍ରଣ ବ୍ୟବସ୍ଥା ରହୁଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ସିଧା ଅନୁଭବରୁ କାର୍ଯ୍ୟ କରିବା ପାଇଁ ଏକ ନିୟନ୍ତ୍ରଣ ଚକ୍ରମସ୍ତିଷ୍କର ସ୍ନାୟୁତନ୍ତ୍ରର ଅନୁକରଣରେ କୃତ୍ରିମ ସ୍ନାୟବିକ ଜାଲ(ଆର୍ଟିଫିସିଆଲ ନିଉରାଲ ନେଟୱର୍କ) ଗଠିତ ହେଲା। ଆହୁରି ବିଭିନ୍ନ ପ୍ରକାରର ନିଉରାଲ ନେଟୱର୍କ ନେଇ କମ୍ପ୍ୟୁଟର ବିଜ୍ଞାନୀମାନେ ଗବେଷଣା କରିଛନ୍ତି। ଏହାପରେ ଆସିଛି ଗଭୀର ଶିକ୍ଷାର ଅଭିଯାନ( ଡିପ୍‌ ଲାର୍ନିଂ)। ଏହିସବୁ ଗବେଷଣାର ଫଳସ୍ବରୂପ ୨୦୧୨ ମସିହା ଭିତରେ ଉଚ୍ଚାରିତ ଶବ୍ଦରୁ କଥା ବୁଝିବାର ପ୍ରଯୁକ୍ତି ଏତେ ନିର୍ଭରଯୋଗ୍ୟ ହେଲା ଯେ ମୋବାଇଲର ପ୍ରାୟ ସବୁ ଆପ୍‌ରେ ଏହାର ବ୍ୟବହାର ଟାଇପର ବିକଳ୍ପ ଭାବରେ ଆରମ୍ଭ ହେଲା। ଗୁଗଲ୍‌ ଆସିସଟେଣ୍ଟ, ଆମାଜନର ଆଲେକ୍ସା, ଆପେଲର ସିରି, ମାଇକ୍ରୋସଫ୍ଟର କୋଟାର୍ନା ଏଗୁଡ଼ିକ ଅନ୍ତରାଳରୁ କଥା କୁହେ। ଆଉ ଆମେରିକାର ସୋଫିଆ, ଜାପାନର ଏରିକା ମାନବ ଆକୃତିର କଥା କୁହା ରୋବଟ। ଆଜିର ‘ଚାଟଜିପିଟି’ ମଧ୍ୟ ଏହିଭଳି ଦୀର୍ଘ ଗବେଷଣାର ଏକ ପରିଣାମ। ତେଣୁ ଏଥିରେ ଆତଙ୍କିତ ହେବାର କିଛି କାରଣ ନାହିଁ। ଏ ଯୁଗର ଅନ୍ୟତମ ଶ୍ରେଷ୍ଠ ଚିନ୍ତାବିତ ନୋମ ଚମସ୍କି ଓ ତାଙ୍କର ଦୁଇଜଣ ସହ-ଲେଖକ ନ୍ୟୁୟର୍କ ଟାଇମସରେ ନିକଟରେ ପ୍ରକାଶିତ ଏକ ଲେଖାରେ ଲେଖିଛନ୍ତି-”ଚାଟଜିପିଟି ପାଟର୍ନ ମ୍ୟାଚିଂର ପରିସଂଖ୍ୟାନ ନିର୍ଭର ଏକ ଇଞ୍ଜିନ, ଯାହା ଶତ ଶତ ଟେରାବାଇଟ ତଥ୍ୟର ସମୁଦ୍ରକୁ ମନ୍ଥନ କରେ ଓ ସମ୍ଭାବ୍ୟ ବାର୍ତ୍ତାଳାପ ଶୈଳୀରେ ପ୍ରତିକ୍ରିୟା ବା ପ୍ରଶ୍ନର ସମ୍ଭାବ୍ୟ ଉତ୍ତର ଖୋଜି ବାହାର କରେ। ଏହାର ବିପରୀତରେ ମାନବ ମନ ହେଲା ଏକ ଅତ୍ୟାଶ୍ଚର୍ଯ୍ୟ ଦକ୍ଷ ଓ ମାର୍ଜିତ ପ୍ରଣାଳୀ ଅଳ୍ପ ପରିମାଣ ତଥ୍ୟ ଆଧାରରେ ଯାହା କାର୍ଯ୍ୟ କରି ଚାଲେ। ତଥ୍ୟ ମଧ୍ୟରେ ସିଧା ସଳଖ ପାରସ୍ପରିକ ସମ୍ପର୍କ ଅନୁମାନ ମାଧ୍ୟମରେ ଯନ୍ତ୍ର କାର୍ଯ୍ୟ କରେ, ଆଉ ମଣିଷର ମନ ତିଆରି କରିବାକୁ ଚାହେଁ ତଥ୍ୟର ବ୍ୟାଖ୍ୟା।“
ସୃଷ୍ଟିଶୀଳ ମାନବ ମନ ସର୍ବଦା ନୂତନତ୍ୱର ଅନ୍ବେଷଣ କରେ। ଏହା ନ ହୋଇଥିଲେ ମାନବ ସଭ୍ୟତାର ଏପରି ବିକାଶ ଆଜି ଦେଖିବାକୁ ମିଳି ନ ଥାଆନ୍ତା। ମାନବର ବିବେକ ସହିତ ମାନବିକ ବୁଦ୍ଧିର ସୁସ୍ଥ ସମନ୍ବୟରେ ସର୍ବଦା ଉନ୍ନତ ଶୃଙ୍ଖଳିତ ସମାଜ ଗଠନ ସମ୍ଭବ।

(ଶେଷ ଭାଗ)

-ଡ. ମୃଦୁଳା ମିଶ୍ର, ବି-୧୦୨, ଲାଇଫ ଷ୍ଟାଇଲ ଗ୍ରୀନ୍‌ ଆପାର୍ଟମେଣ୍ଟ, କୀଟ ଛକ, ଭୁବନେଶ୍ୱର
ମୋ: ୯୯୩୭୭୪୨୧୬୧


Enter your email to get our daily news in your inbox.

All Right Reserved By Dharitri.Com

ଜୀବନଶୈଳୀକୁ ପ୍ରଭାବିତ କରେ ଭିଡିଓ ଗେମ୍‌

ଭିଡିଓ ଗେମ୍‌ ଖେଳିବାରେ କେବଳ ଛୋଟ ପିଲାମାନେ ନୁହନ୍ତି ବରଂ ଏଥିରେ ଯୁବପିଢ଼ି ବି ପଛରେ ପଡ଼ିନାହାନ୍ତି। ଏହା ମନକୁ ସାମୟିକ ଆନନ୍ଦ ଦେଇଥାଏ ସତ...

ସକ୍ରିୟ ରହିବ ହୃତ୍‌ପିଣ୍ଡ

ହୃତ୍‌ପିଣ୍ଡ ବା ହାର୍ଟ ଆମ ଶରୀରର ଏକ ପ୍ରମୁଖ ତଥା ଦରକାରୀ ଅଙ୍ଗ। ଦୈନନ୍ଦିନ ଜୀବନରେ ଏହା ସୁସ୍ଥ ରହିଲେ ଆମେ ନୀରୋଗ ରହିବା। ତେବେ...

ମେଶିନ ଲର୍ନିଂ ଓ କୃତ୍ରିମ ବୁଦ୍ଧିମତ୍ତା

ବର୍ତ୍ତମାନ କମ୍ପ୍ୟୁଟର ଗୋଟିଏ ଭାଷାକୁ ଅନ୍ୟ ଭାଷାରେ ଅନୁବାଦ କରିପାରୁଛି। ଜଣଙ୍କ ପ୍ରତିବିମ୍ବକୁ ଚିହ୍ନି ପାରୁଛି ଏବଂ ଯଥାସମ୍ଭବ ବାର୍ତ୍ତାଳାପ ମଧ୍ୟ କରିପାରୁଛି। ଏହା ମେଶିନ...

ରକ୍ତଦାନ କରୁଥିଲେ ଜାଣି ରଖନ୍ତୁ…

ରକ୍ତଦାନ ଦ୍ୱାରା ଆମେ ଜଣେ ବ୍ୟକ୍ତିଙ୍କର ଜୀବନ ବଞ୍ଚାଇବାରେ ଅନେକାଂଶରେ ସହାୟତା କରିପାରିବା- ଏକଥା ସମସ୍ତେ ହୃଦୟଙ୍ଗମ କରିବା ଦରକାର। ବିଶ୍ୱରେ କୋଟି କୋଟି ରକ୍ତଦାତା...

ମାଇକ୍ରୋଆର୍‌ଏନ୍‌ଏ : ଜିନ୍‌ର ପ୍ରମୁଖ ନିୟାମକ

କିଏ ପାଇଛନ୍ତି: ଚଳିତ ବର୍ଷର ଶରୀର ବିଜ୍ଞାନ କିମ୍ବା ଭେଷଜ ବିଜ୍ଞାନରେ ନୋବେଲ ପୁରସ୍କାର ପାଇବାର ଗୌରବ ଲାଭ କରିଛନ୍ତି ଭିକ୍ଟର ଆମ୍ବ୍ରୋସ ଏବଂ ଗ୍ୟାରି...

ଅଁଳା ଗଛରୁ ପାଇବେ ଲକ୍ଷ୍ମୀଙ୍କ କୃପା: ପ୍ରସନ୍ନ ହେବେ ମା’

ଅଁଳା ଗଛ ଯେତିକି ପବିତ୍ର ସେତିକି ମଧ୍ୟ ଗୁଣକାରୀ। ଏହାର ଆଧ୍ୟାତ୍ମିକ ମହତ୍ତ୍ୱ ବି ଅତ୍ୟନ୍ତ ଉଚ୍ଚକୋଟୀର। କାରଣ ଏହି ଗଛରେ ସ୍ବୟଂ ଲକ୍ଷ୍ମୀନାରାୟଣ ବାସ...

ପଞ୍ଚମୁଖୀ ହନୁମାନଙ୍କର ଫଟୋ ଘରକୁ ଆଣିଥାଏ ଶୁଭଫଳ: ଜାଣନ୍ତୁ କିପରି

କୁହାଯାଏ, ଘରେ କୌଣସି ବାସ୍ତୁଦୋଷ ଥିଲେ ଅନେକ ପ୍ରକାରର ଅଶାନ୍ତି ଉପୁଜିଥାଏ। ତେଣୁ ଏହି ବାସ୍ତୁଦୋଷକୁ ସହଜରେ କିପରି ଦୂର କରିହେବ ଜାଣନ୍ତୁ ସେ ସମ୍ପର୍କରେ…...

ବଜାରକୁ ଆସିଲାଣି ନକଲି ‘ଆଲମଣ୍ଡ’, କିଭଳି ସହଜ ଉପାୟରେ ଚିହ୍ନିବେ ଜାଣନ୍ତୁ?  

‘ଆଲମଣ୍ଡ’ ଫାଇବର, ପ୍ରୋଟିନ୍‌, ଆଇରନ୍‌, ମ୍ୟାଗ୍ନେସିୟମ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ତ୍ୱ ମିଳିଥାଏ। ନିୟମିତ ଏହାର ସେବନ କରିବା ଦ୍ୱାରା ସ୍ମରଣଶକ୍ତି ବୃଦ୍ଧି ପାଇଥାଏ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri