କୃତ୍ରିମ ସ୍ପାଇଡର ସିଲ୍‌କ

ବୁଣିଆଣୀ ସୂତାକୁ ଏଣିକି ଲାବରେଟୋରୀରେ ପ୍ରସ୍ତୁତ କରିହେବ। ଏ କ୍ଷେତ୍ରରେ ସଫଳତା ହାସଲ କରିଛନ୍ତି କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ। ଦୀର୍ଘ ପାଞ୍ଚ ବର୍ଷ ଏ ସମ୍ପର୍କିତ ଗବେଷଣାରେ ସେମାନେ ଶେଷରେ ସଫଳତା ହାସଲ କରିଛନ୍ତି। ଏପରି ଗବେଷଣା ସମୟରେ ସେମାନେ ନିଜ ଦ୍ୱାରା ପ୍ରସ୍ତୁତ ଏକ ବ୍ୟାକ୍ଟେରିଆ ଏହାର ପରିସରଭୁକ୍ତ କରିଥିଲେ। ସାଧାରଣତଃ ବୁଢ଼ିଆଣୀଠାରୁ ନିର୍ଗତ ଏକ ପ୍ରକାର ପ୍ରୋଟିନ୍‌ରୁ ବୁଢ଼ିଆଣୀ ସୂତା ପ୍ରସ୍ତୁତ ହୋଇଥାଏ। ଉକ୍ତ ବିଶ୍ୱବିଦ୍ୟାଳୟ ବିଶେଷଜ୍ଞମାନେ ଏହି ବ୍ୟାକ୍ଟେରିଆରୁ ସିନ୍ଥେଟିକ୍‌ ଫାଇବର ପ୍ରୋଟିନ୍‌ ବାହାର କରିବାରେ ସକ୍ଷମ ହୋଇଥିଲେ। ଏହାକୁ ଆଧାର କରି କୃତ୍ରିମ ବୁଣିଆଣୀ ସୂତା ତିଆରି କରାଯାଇଥିଲା ବୋଲି ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି।