କଳାକାରଙ୍କ ଅଡିଶନ ଆରମ୍ଭ

ବରଗଡ଼ ଅଫିସ୍‌,୮।୧୧: ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ୨୭ରୁ ଆରମ୍ଭ ହେବ। ଅନ୍ୟବର୍ଷ ଅପେକ୍ଷା ଏଥର ଧନୁଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ କମିଟି ନିଷ୍ପତ୍ତି ନେଇଛି। ଏହି କ୍ରମରେ ଚଳିତବର୍ଷ ଧନୁଯାତ୍ରା କଳାକାର ଚୟନ ପ୍ରକ୍ରିୟା ଚାଲିଛି। ମହୋତ୍ସବର ମୁଖ୍ୟ ଚରିତ୍ର କଂସ ସମେତ ଅନ୍ୟ ପାର୍ଶ୍ୱ କଳାକାରଙ୍କ ଚୟନ କରାଯିବ।
ଏହି ପରିପ୍ରେକ୍ଷୀରେ ସୋମବାରଠାରୁ ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲରେ ଆଶାୟୀ କଳାକାରଙ୍କ ଅଡ଼ିଶନ ପ୍ରକ୍ରିୟା ଆରମ୍ଭ ହୋଇଛି। ଅତିରିକ୍ତ ଜିଲାପାଳ ମିର୍ଦ୍ଧା ଟପ୍ପୋ ଏହାର ଶୁଭାରମ୍ଭ କରିଥିଲେ। ଧନୁଯାତ୍ରା ମହୋତ୍ସବ ସମିତି ସମ୍ପାଦକ ସୁରେଶ୍ୱର ଶତପଥି ଉପସ୍ଥିତ ଥିଲେ। ପ୍ରଥମ ଦିବସରେ ଉଗ୍ରସେନ, ବସୁଦେବ, ଦେବକୀ, ନାରଦ ଏବଂ ସେନାପତିଙ୍କ ଅଡ଼ିଶନ ଥିଲା। ଉଗ୍ରସେନ ଚରିତ୍ର ପାଇଁ ୭ଜଣ ଆବେଦନ କରିଥିବାବେଳେ ଅଡ଼ିଶନରେ ୬ଜଣ ଭାଗ ନେଇଥିଲେ। ସେହିପରି ବସୁଦେବ ଚରିତ୍ରରେ ୧୯ଜଣଙ୍କ ମଧ୍ୟରୁ ୧୪, ଦେବକୀ ଚରିତ୍ରରେ ୮ଜଣଙ୍କ ମଧ୍ୟରୁ ୪, ସେନାପତି ଚରିତ୍ରରେ ୩୭ଜଣୀଙ୍କ ମଧ୍ୟରୁ ୨୪ ଏବଂ ନାରଦ ଚରିତ୍ରରେ ୧୪ଜଣଙ୍କ ମଧ୍ୟରୁ ୭ଆଶାୟୀ କଳାକାର ଅଡ଼ିଶନରେ ଅଂଶଗ୍ରହଣ କରିଥିଲେ ।
ବିଚାରକଙ୍କ ମଧ୍ୟରେ ବରଗଡ଼ ଜିଲାର ୩ଜଣ ଏବଂ ଜିଲା ବାହାରର ୪ଜଣ ଅଛନ୍ତି। ସେମାନଙ୍କ ମଧ୍ୟରେ କଳାହାଣ୍ଡିର ଡଃ ପ୍ରଦୀପ ମାଝି, ବଲାଙ୍ଗୀରର ଜମାଲ ଖାଁ, ସମ୍ବଲପୁରର ବ୍ରଜେନ୍ଦ୍ର ନାୟକ, ଦେବଗଡ଼ର ହେମନ୍ତ ମହାପାତ୍ର, ବରଗଡ଼ର ଲିଟୁ ମହାନ୍ତି, ବିଜେପୁରର ଶିବଲାଲ ସାଗର ଏବଂ ପଦ୍ମପୁରର ଅଶୋକ ବହିଦାର ବିଚାରକ ଭାବେ ଯୋଗ ଦେଇଥିଲେ। ଆସନ୍ତା ୯ତାରିଖରେ ଚାଣୁର, ମୁଷ୍ଟିକ, ମହାମନ୍ତ୍ରୀ, ଅକ୍ରୂର, ସାତ୍ୟକୀ ଚରିତ୍ର ପାଇଁ ଅଡ଼ିଶନ ହେବ। ସେହିପରି ୧୦ତାରିଖରେ କଂସ ଚରିତ୍ର ପାଇଁ ଆଶାୟୀ କଳାକାରମାନେ ଅଡ଼ିଶନରେ ଭାଗନେବାର କାର୍ଯ୍ୟକ୍ରମ ରହିଛି। ଏହି ଚରିତ୍ର ପାଇଁ ସର୍ବାଧିକ ୫୬ଜଣ ଆଶାୟୀ ରହିଥିବାବେଳେ ଏଥର କାହା ଭାଗ୍ୟରେ କଂସ ଅଭିନୟର ସୁଯୋଗ ଜୁଟିବ, ତାକୁ ସମସ୍ତେ ଉତ୍କଣ୍ଠାର ସହିତ ଚାହିଁ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧରାପୃଷ୍ଠକୁ ଆସି ଆଇନ ଜାଲରେ ଛନ୍ଦି ହେଲେ ମା’ ଦୁର୍ଗା

ଭୁବନେଶ୍ୱର, ୧୮ା୧୦: ଧରାପୃଷ୍ଠକୁ ଆସି ଆଇନ ଜାଲରେ ଛନ୍ଦି ହେଲେ ମା’ ଦୁର୍ଗା। ଜାଗା ବିବାଦ ପାଇଁ ଛନ୍ଦି ହୋଇ ଦଶହରା ପରେ ବି ହୋଇନାହାଁନ୍ତି...

୪ ଜମି ଅଧିଗ୍ରହଣ ଅଧିକାରୀ ନିଲମ୍ବିତ

ଯାଜପୁର,୧୮ା୧୦(ହର୍ଷବର୍ଦ୍ଧନ ବେହେରା): ରାଜ୍ୟର ଦ୍ୱିତୀୟ ସର୍ବବୃହତ୍‌ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ରେଙ୍ଗାଲି ବହୁମୁଖୀ ଯୋଜନା ଦ୍ୱାରା ଯାଜପୁର ଜିଲାର ୪୬,୬୦୦ ହେକ୍ଟର ଜମିରେ ଜଳସେଚନ...

ହୋଇ ନ ଥିବା ପ୍ରକଳ୍ପ କାମ ଶୀଘ୍ର ଆରମ୍ଭ କର

ଭବାନୀପାଟଣା,୧୭ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଗୁରୁବାର ପଞ୍ଚାୟତିରାଜ ଓ ପାନୀୟ ଜ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ...

୨୦ରୁ ଊର୍ଦ୍ଧ୍ୱ ଟ୍ରେନ ବାତିଲ

ରାଉରକେଲା,୧୭।୧୦(ସଙ୍ଗୀତା ଜେନା): ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ମରାମତି ଓ ଅନ୍ୟ କାର୍ଯ୍ୟ ପାଇଁ ଗୁରୁବାର ଏବଂ ଶୁକ୍ରବାର ୨ ଦିନ ଧରି ୨୦ରୁ ଊର୍ଦ୍ଧ୍ୱ...

ଅକ୍ଟୋବର ୨୧, ୨୮ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି: କରିବାକୁ ହେବ ଆଗୁଆ ପଞ୍ଜୀକରଣ

ଭୁବେନେଶ୍ୱର,୧୭।୧୦: ଅକ୍ଟୋବର ୨୧ ଏବଂ ୨୮ରେ ଅନୁଷ୍ଠିତ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ୧୮ତାରିଖ ପୂର୍ବାହ୍ନ ୧୧ରୁ ଆଗୁଆ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ ହେବ।...

କନ୍ୟା ସନ୍ତାନକୁ ଜନ୍ମ ଦେଲେ ଦଶମ ଶ୍ରେଣୀ ଛାତ୍ରୀ: ଅଭିଯୁକ୍ତ ଥାନାରେ ଅଟକ

ଥୁଆମୂଳ ରାମପୁର,୧୭।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଜଣେ ଦଶମ ଶ୍ରେଣୀ ଛାତ୍ରୀ ମା’...

ସ୍ତ୍ରୀ, ଶାଶୁଙ୍କୁ ହତ୍ୟା କରି ଫିଙ୍ଗିଥିଲେ: ଖପୁରି ହାଡ଼ ଟାଣି ଖାଉଥିଲା କୁକୁର

ବାସୁଦେବପୁର,୧୭।୧୦(ନାରାୟଣ ପ୍ରସାଦ ବାରିକ୍‌):  ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବାଲିମୁଣ୍ଡା ପଞ୍ଚାୟତର ପାଞ୍ଚଘେରିଆ ଗାଁରେ ଯୋର ନିକଟରୁ ଅଖା ବସ୍ତାରୁ ମଣିଷ ଖପୁରି ହାଡ଼...

ଦୁର୍ଗାପୂଜା କମିଟି ସଦସ୍ୟ ଆଶୁତୋଷ ମୃତ୍ୟୁ ମାମଲା: ହତ୍ୟା ଅଭିଯୋଗ ଆଣିଲେ ଭଉଣୀ 

ବାରିପଦା,୧୭ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ)- ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ଖଇରବଣିଠାରେ ବେତନଟୀ ବସ୍‌ଷ୍ଟାଣ୍ଡ ଦୁର୍ଗାପୂଜା କମିଟି ସଦସ୍ୟ ଆଶୁତୋଷ ବେହେରାଙ୍କ ମୃତ୍ୟୁ ଘଟଣାରେ ପୋଲିସର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri