ଦୁନିଆରେ ବିଭିନ୍ନ ପ୍ରକାରର ଲୋକ ଅଛନ୍ତି। ସେମାନଙ୍କର ଚିନ୍ତାଧାରା ମଧ୍ୟ ନିଜସ୍ବ ଅନୁଯାୟୀ ଚାଲିଥାଏ। ବେଳେବେଳେ ଆମେ କେତେକ ପ୍ରସିଦ୍ଧ ଏବଂ ଜଣାଶୁଣା ସେଲିବ୍ରିଟିଙ୍କ ବିଷୟରେ କିଛି ଶୁଣିବାକୁ ପାଇଥାଉ। ଯାହା ସମ୍ପୂର୍ଣ୍ଣ ଅଦ୍ଭୁତ ଲାଗେ। ବ୍ରିଟେନର ଜଣେ ପ୍ରସିଦ୍ଧ କଳାକାରଙ୍କ କଥା ସାମ୍ନାକୁ ଆସିଛି। ଯେଉଁଥିରେ ସେ ନିଜେ କରିଥିବା ପେଣ୍ଟିଂରେ ନିଆଁ ଲଗାଇ ଦେଇଛନ୍ତି।
ଜଣାଶୁଣା କଳାକାର ଡୋମେନ ଷ୍ଟିଭେନ ନିଜର ସର୍ବୋତ୍ତମ ପେଣ୍ଟିଂରେ ନିଆଁ ଲଗାଇ ଦେଇଛନ୍ତି। ଯେଉଁ ପେଣ୍ଟିଂର ମୂଲ୍ୟ ୯୦ କୋଟି ବୋଲି କୁହାଯାଉଛି। ଏହି ଘଟଣାର କାରଣ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
୫୭ ବର୍ଷୀୟ ଡୋମେନ ତାଙ୍କର ପୋଲ୍କା ଡଟ୍ ଆର୍ଟଓ୍ବାର୍କସ ପାଇଁ ପ୍ରସିଦ୍ଧ। ସେ ଏହି ସର୍ବୋତ୍ତମ କଳାକୃତିକୁ ଖଣ୍ଡ ଖଣ୍ଡ କରି ନିଆଁରେ ପୋଡ଼ି ଦେଇଥିଲେ। ପୋଡ଼ି ଦେଇଥିବା ପେଣ୍ଟିଂର ମୂଲ୍ୟ ପ୍ରାୟ ୧୦ ମିଲିୟନ ଅର୍ଥାତ୍ ୯୦ କୋଟି ବୋଲି କୁହାଯାଉଛି।
ଏହା ପଛରେ ଏକ ବିଶେଷ କାରଣ ରହିଛି। ଏକ ରିପୋର୍ଟ ଅନୁଯାୟୀ, ସେ ନିଉପୋର୍ଟ ଷ୍ଟ୍ରିଟ ଗ୍ୟାଲେରିରେ ଗୋଟିଏ ପରେ ଗୋଟିଏ କାମ କରିଥିଲେ। ଏହା ଲାଇଭ ଷ୍ଟ୍ରିମ ହୋଇଥିଲା। ତାଙ୍କର ଅଭିଯାନ ଏନ୍ଏଫ୍ଟି କରାଯାଉଥିବା କଳାକୃତି ବିରୋଧରେ। ବାସ୍ତବରେ ଜୁଲାଇ ୨୦୨୧ରେ, ତାଙ୍କର ୧୦୦୦୦ କଳାକୃତିର ଧାରକମାନଙ୍କୁ ସେମାନଙ୍କୁ ମୂଳ ରଖିବାକୁ କିମ୍ବା ଏନ୍ଏଫ୍ଟି ଅର୍ଥାତ୍ ନନ୍-ଫଙ୍ଗିବଲ ଟୋକେନ ଆକାରରେ ରଖିବାକୁ ସୁଯୋଗ ଦିଆଯାଇଥିଲା। ସରଳ ଭାଷାରେ କହିବାକୁ ଗଲେ ଏହା ତାଙ୍କର କଷ୍ଟ ଅର୍ଜିତ କଳାର ଏକ ଡିଜିଟାଲ ରୂପ। ଯାହାକୁ ସେ ଜାଳିଦେଲେ।