Posted inଫୁରସତ

ଶିଳ୍ପୀ କଳିଙ୍ଗ ମହାରଣା

ତାଙ୍କ କାଠ ଖୋଦେଇ ସୁନ୍ଦର ସୁନ୍ଦର ମୂର୍ତ୍ତିଗୁଡ଼ିକ ବେଶ୍‌ ଜୀବନ୍ତ ମନେ ହୁଅନ୍ତି। ଏହି ହସ୍ତଶିଳ୍ପ କଳାକାରିଗରି ନିର୍ମାଣ ପାଇଁ ସେ ଖୋଜିଥାନ୍ତି ନିଜ ଆଖପାଖର ବିଭିନ୍ନ ପ୍ରାକୃତିକ ବିଭବ। ଆଉ ସେଇଥିରୁ କଳାକାରିଗରୀ ଗଢି ଆଜି ସେ ପାଇଛନ୍ତି ଏକ
ଭିନ୍ନ ପରିଚୟ…

ଶିଳ୍ପୀଙ୍କ ଯାଦୁକରି ହାତର ସ୍ପର୍ଶରେ ନିର୍ଜୀବ ପଥର ଦେହରେ ବି ସଂଚାରିତ ହୁଏ କଳାକୃତିର ପ୍ରାଣ। ମୁଗୁର ଧରି ନିହାଣ ମୁନରେ ପଥର କିମ୍ବା କାଠ ଖୋଦେଇରେ ଗଢ଼ିଥିବା ସୁନ୍ଦର ସୁନ୍ଦର ମୂର୍ତ୍ତିଗୁଡ଼ିକୁ ଦେଖିଲେ ସଜଫୁଟା ଫୁଲପରି ସତେଜ ଓ ଜୀବନ୍ତ ମନେହୁଏ। ଏପରି ହସ୍ତଶିଳ୍ପ କଳାକାରିଗରି ନିର୍ମାଣ ପାଇଁ ଶିଳ୍ପୀ ଖୋଜିଥାନ୍ତି ବିଭିନ୍ନ ପ୍ରାକୃତିକ ବିଭବ। ସେହିଭଳି ଜଣେ ଶିଳ୍ପୀ ହେଉଛନ୍ତି ଶିଳ୍ପୀ କଳିଙ୍ଗ ମହାରଣା। ସେ ନିଜ ଗାଁ ପାଖ ପାହାଡ଼, ଜଙ୍ଗଲ ଓ ନଈର ପ୍ରାକୃତିକ ଶୋଭାରେ ବିଭୋର ହୋଇ ଅଙ୍କନ କରନ୍ତି ତା’ର ରୂପବର୍ଣ୍ଣାଳୀକୁ, ପୁଣି ପଥରରେ ବି ଗଢ଼ି ତୋଳନ୍ତି ଅପରୂପ ସୌନ୍ଦର୍ଯ୍ୟର କଳାକୃତି। ଏଥିପାଇଁ ତାଙ୍କୁ ମିଳିଛି ଅନେକ ପୁରସ୍କାର ଓ ସମ୍ମାନ। ଶିଳ୍ପୀ କଳିଙ୍ଗଙ୍କ ଜନ୍ମ ୧୬ା୪ା୧୯୬୪ରେ। ପିତା ଶଙ୍କର ମହାରଣା। ମା’ ସାରିଆ ମହାରଣା। ଘର ଖୋର୍ଦ୍ଧା ଜିଲାର ଟାଙ୍ଗୀ ବ୍ଲକ ଅନ୍ତର୍ଗତ କମାଗୁରୁ ଗାଁରେ। ବର୍ତ୍ତମାନ ସେ ରହୁଛନ୍ତି ଭୁବନେଶ୍ୱରର ପୋଖରୀପୁଟ ଅଞ୍ଚଳରେ। ସେ କୁହନ୍ତି, ବଢ଼େଇ କୂଳରେ ମୋର ଜନ୍ମ। ପିଲାଟିବେଳୁ ମୋ ବାପାଙ୍କଠାରୁ ବିଭିନ୍ନ ଚିତ୍ର ଅଙ୍କନ ଶିଖିଥିଲି। ସେତେବେଳେ ମୋ ବାପା ଅନେକ ସ୍ଥାନକୁ ବିଭିନ୍ନ ମନ୍ଦିରର କାରୁକାର୍ଯ୍ୟ କରିବାକୁ ଯାଉଥିଲେ। ମୋତେ ସେତେବେଳେ ପ୍ରାୟ ୧୪ବର୍ଷ ବୟସ ହୋଇଥିଲା। ସେହି ସମୟରୁ ଏମିତି ଅଭ୍ୟାସ ଜାରିରଖିଛି। ୧୯୭୮ରୁ୧୯୮୦ମସିହା ଯାଏ ରାଜ୍ୟ ହସ୍ତଶିଳ୍ପ ତାଲିମ କେନ୍ଦ୍ରରେ ପଥର ଖୋଦେଇ ପାଇଁ ତାଲିମ ନେଇଥିଲି। ଏହାପରେ ଗୁରୁ ହରିହର ମହାରଣାଙ୍କ ତତ୍ତ୍ୱାବଧାନରେ ୧୦ବର୍ଷ ତାଲିମ ପାଇଥିଲି। ସ୍କୁଲ ଶିକ୍ଷକ ଶ୍ରୀବସନ୍ତ ରାୟଗୁରୁ ମୋତେ ପଥର ଖୋଦେଇ କାରୁକାର୍ଯ୍ୟ କରିବାକୁ ଉତ୍ସାହିତ କରିଥିଲେ। ମୋର ଶିକ୍ଷା ମାତ୍ର ନବମ ଶ୍ରେଣୀଯାଏ ଥିଲା। ସେତେବେଳେ ପରିବାରର ସେମିତି ଆର୍ଥିକ ପରିସ୍ଥିତି ସ୍ବଚ୍ଛଳ ନ ଥଲା। ଏମିତିରେ ଏହି ହସ୍ତଶିଳ୍ପ କାରିଗରିକୁ ଆପଣେଇବାରୁ ସ୍କୁଲ ପଢ଼ାରେ ଡୋରିବନ୍ଧା ହେଲା। ପଥର ଖୋଦନ ହସ୍ତଶିଳ୍ପରେ ସମୟ ବିତିଲା। ବିଭିନ୍ନ ମୂର୍ତ୍ତି ନିର୍ମାଣ ପାଇଁ ଆବଶ୍ୟକ ପଡ଼ୁଥିବା ପଥରକୁ ବିଶେଷକରି ଖୋର୍ଦ୍ଧା ଜିଲାର ତାପଙ୍ଗରୁ ସାହାଣ ପଥର, ମୟୂରଭଞ୍ଜ ଜିଲାର ଖିଚିଂ ସମେତ ଆଉ କେତେକ ସ୍ଥାନରୁ କିଣିକରି ଆଣିଥାଏ। ଏହି ପଥରରେ ବିଭିନ୍ନ ଉଚ୍ଚତାର ସୁନ୍ଦର ସୁନ୍ଦର ଶ୍ରୀଗଣେଶ, ହନୁମାନ, ବୁଦ୍ଧ, ରାଧାକୃଷ୍ଣ, ରାମ ଲକ୍ଷ୍ମଣ ସୀତା , ବିଭିନ୍ନ ଭଙ୍ଗୀର ସଖୀ ଏବଂ ନର୍ତ୍ତକୀ ଆଦିଙ୍କ ମୂର୍ତ୍ତି ଗଢ଼ିଥାଏ। ଏହି କଳାକୃତିକୁ ନେବା ପାଇଁ ବିଭିନ୍ନ ଅଞ୍ଚଳରୁ ଗରାଖମାନେ ଏଠାକୁ ଆସନ୍ତି। କେତେକ ତ ମୂର୍ତ୍ତିକୁ ଦେଖି ଖୁସି ହୋଇପଡ଼ନ୍ତି। ସେମାନଙ୍କ ପସନ୍ଦର ମୂର୍ତ୍ତି ତିଆରି ପାଇଁ ଅଗ୍ରିମ କିଛି ଅର୍ଥ ଦେବା ସହିତ ବିଭିନ୍ନ ଆକୃତିର ମୂର୍ତ୍ତି ତିଆରି ପାଇଁ ବରାଦ କରିଥାନ୍ତି। ବର୍ଷର ସବୁ ସମୟରେ ନାନା ପ୍ରକାରର ମୂର୍ତ୍ତି ଗଢ଼ିଥାଉ। ଏହା ବ୍ୟତୀତ କାଠଖୋଦେଇ ଓ ମାର୍ବଲ ଆଦିରେ ହସ୍ତଶିଳ୍ପ କାରୁକାର୍ଯ୍ୟ କରିଥାଏ। ତିଆରି କରିଥିବା ଗୋଟିଏ ଗୋଟିଏ ମୂର୍ତ୍ତିର ଦାମ୍‌ ସେହି ମୂର୍ତ୍ତି ଗଠନର ଶୈଳୀ ଓ ସୂକ୍ଷ୍ମ କାରୁକାର୍ଯ୍ୟକୁ ନେଇ ମୂଲ୍ୟ କରାଯାଇଥାଏ। ଆଜିଯାଏ ବିଭିନ୍ନ ପଥରରେ ପ୍ରାୟ ଶତାଧିକ ମୂର୍ତ୍ତି ଗଢ଼ି ସାରିଲିଣି। ବାହାର ରାଜ୍ୟରେ ଯଥା ଅକ୍ଷରଧାମ, ଗ୍ବାଲିଅର, ଉଜ୍ଜୟିନୀ, ବିହାର ଓ ଦିଲ୍ଲୀରେ ଆର୍ଟକାମ କରିଛି। ଥରେ କାନାଡ଼ାକୁ ହସ୍ତଶିଳ୍ପ ଯୋଗୁ ଯାଇଥିଲି। ମୋ କଳାକୃତି ପାଇଁ ୧୯୯୯ରେ ଜାତୀୟ ପୁରସ୍କାର, ସୁରୁଜକୁଣ୍ଡରୁ କଳାମଣି ପୁରସ୍କାର ଏବଂ ବିଭିନ୍ନ ଓ୍ବାର୍କଶପ ସମେତ ଗୁରୁଶିଷ୍ୟ ପରମ୍ପରା ତାଲିମ ଶିବିରରୁ ଅନେକ ପୁରସ୍କାର ମିଳିଛି। ଓଡ଼ିଶାର କଳାକାରିଗରି ଦେଶବିଦେଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଅନେକ ସମୟରେ ମୂର୍ତ୍ତି ଗଢ଼ିବାରେ ଆପେ ଆପେ କିଛି ନୂଆ ଚିନ୍ତା ଜୁଟେ, ତାହାକୁ କଳାର ରୂପ ଦିଏ। କିନ୍ତୁ ପ୍ରତ୍ୟେକ ମୂର୍ତ୍ତି ଗଢ଼ିବା ପଛରେ କିଛି ଅକୁହା କାହାଣୀ ରହିଛି। ତିଆରି କରିଥିବା ବିଭିନ୍ନ କଳାକୃତି ପାଇଁ ମୋତେ ନିଆରା ପରିଚୟ ମିଳିଛି।

-ବନ ବିହାରୀ ବେହେରା

 


Enter your email to get our daily news in your inbox.

All Right Reserved By Dharitri.Com

ହାତ ଛାଡ଼ି ବୁଲେଟ୍‌ ଚଲାଉଥିଲେ ଯୁବତୀ: ପୋଲିସ କାଟିଲା ଏତିକି ଟଙ୍କାର ଚାଲାଣ

ନୂଆଦିଲ୍ଲୀ,୪।୪: ସୋସିଆଲ ମିଡିଆରେ ଭାଇରାଲ ହେବାର କ୍ରେଜ ଦିନକୁ ଦିନ ଲୋକଙ୍କ ପାଇଁ ବୋଝ ହୋଇପଡୁଛି। ଅନେକ ଲୋକ ଅଛନ୍ତି ଯେଉଁମାନେ ଭାଇରାଲ ହେବା ପାଇଁ...

Beer And Alcohol Shops: କାହିଁକି ଅଲଗା ଅଲଗା ଦୋକାନରେ ବିକ୍ରି ହୋଇଥାଏ ବିୟର-ଆଲକୋହଲ, ଜାଣନ୍ତୁ କେମିତି ମିଳେ….

ନୂଆଦିଲ୍ଲୀ: ବିଶ୍ୱରେ ମଦ୍ୟପାନକାରୀଙ୍କ ଅଭାବ ନାହିଁ। ଯେଉଁମାନେ ମଦ୍ୟପାନ କରନ୍ତି, ସେମାନେ କେବଳ ଏକ ବାହାନା ଖୋଜନ୍ତି, ସୁଯୋଗ ଅପେକ୍ଷାରେ ରୁହନ୍ତି ଯାହା ଦ୍ୱାରା ସେମାନେ...

Viral Video: ସ୍ବାମୀଙ୍କ ଛାତି ଉପରେ ବସି ନିର୍ଧୁମ ଛେଚିଲେ ସ୍ତ୍ରୀ, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ,୩।୪: ସୋସିଆଲ ମିଡିଆରେ ନିଷ୍ଠୁରତାର ଅନେକ ଭିଡିଓ ଭାଇରାଲ ହୋଇଥାଏ। ବେଳେବେଳେ ଏହା ଅନେକ କଷ୍ଟ ଦିଏ। ନିକଟରେ ମଧ୍ୟପ୍ରଦେଶର ପାନ୍ନା ଜିଲାରୁ ଏମିତି ଏକ...

ମନୁଷ୍ୟ ଚନ୍ଦ୍ରପୃଷ୍ଠରେ କାହିଁକି ହୋଇଯାଏ ମୁକ-କାଲ? ଜାଣନ୍ତୁ ଏହା ପଛର ବିଜ୍ଞାନ…

‘ଚନ୍ଦ୍ର’ ହେଉଛି ଗୋଟିଏ ମାତ୍ର ଉପଗ୍ରହ ଯାହା ଉପରେ ମନୁଷ୍ୟ ପାଦ ରଖିଛି। ହେଲେ ଅନେକ ସମୟରେ ପ୍ରଶ୍ନ ଉଠେ ଯେ କାହିଁକି ଚନ୍ଦ୍ରପୃଷ୍ଠରେ ଲୋକେ...

ସାବଧାନ! ବନ୍ଦ ହୋଇଯିବ ଆପଣଙ୍କ WhatsApp, ଭାରତରେ ୯୦ ଲକ୍ଷରୁ ଅଧିକ ଆକାଉଣ୍ଟ ବନ୍ଦ କଲା Meta

ନୂଆଦିଲ୍ଲୀ,୨ା୪: ଭାରତରେ WhatsApp ଅନେକ ଆକାଉଣ୍ଟକୁ ବ୍ୟାନ୍‌ କରିଦେଇଛି। IANSର ରିପୋର୍ଟ ଅନୁଯାୟୀ, ହ୍ବାଟ୍ସଆପ ୧ ଏପ୍ରିଲ, ୨୦୨୫ ମଙ୍ଗଳବାର ସୂଚନା ଦେଇଥିଲା ଯେ, ଫେବୃଆରୀ...

AIକୁ ନେଇ ବଡ଼ ଭବିଷ୍ୟବାଣୀ କରିଦେଲେ ବାବା ଭେଙ୍ଗା, ଘିବିଲି…

ବାବା ଭେଙ୍ଗା ଅନେକ ଜିନିଷ ଉପରେ ଭବିଷ୍ୟବାଣୀ କରିଛନ୍ତି। ସେ ୧୯୧୧ରେ ଜନ୍ମଗ୍ରହଣ କରିଥିଲେ ଏବଂ ୧୯୯୬ ମସିହାରେ ମୃତ୍ୟୁବରଣ କରିଥିଲେ। କିନ୍ତୁ ତାଙ୍କ ମୃତ୍ୟୁ...

ଜାଣନ୍ତୁ କାହିଁକି ପାଳନ କରାଯାଏ ବିଶ୍ୱ ଅଟିଜିମ୍‌ ଦିବସ

ଅଟିଜିମ୍‌ ଏକ ମସ୍ତିଷ୍କ ସମ୍ବନ୍ଧୀୟ ରୋଗ। ଏହି ସମସ୍ୟା କେବଳ ଭାରତରେ ନୁହେଁ ବରଂ ବିଶ୍ବସ୍ତରରେ ମଧ୍ୟ ଏକ ଚିନ୍ତାଜନକ ବିଷୟ ଭାବେ ଉଭା ହୋଇଛି।...

କ’ଣ ସତରେ ମଣିଷ ପେଟରେ ଗଛ ବଢି ପାରିବ? ସତ ଜାଣିଲେ ତାଜୁବ ହେବେ

ପିଲାଦିନେ, ଆପଣ ଆପଣଙ୍କ ପରିବାରର ସଦସ୍ୟଙ୍କଠାରୁ ଏପରି ଅନେକ କଥା ଶୁଣିଥିବେ ଯେ, ମଞ୍ଜି ଗିଳିଦେଲେ ପେଟରେ ଗଛ ଉଠିବ। କିନ୍ତୁ ଏହା ସତ ନୁହେଁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image