ଚେନ୍ନାଇ,୩୦।୯:: ପ୍ରସିଦ୍ଧ ଚିତ୍ରକର ତଥା କାର୍ଟୁନିଷ୍ଟ କେ.ସି ଶିବଶଙ୍କର ଆଉନାହାନ୍ତି। ୯୭ ବର୍ଷ ବୟସରେ ଚେନ୍ନାଇରେ ତାଙ୍କର ପରଲୋକ ଘଟିଛି। ସେ ଲୋକପ୍ରିୟ ଜହ୍ନମାମୁ ପତ୍ରିକାର କାର୍ଟୁନିଷ୍ଟ ଭାବେ କାର୍ଯ୍ୟ କରିଥିଲେ। ୧୯୨୪ରେ ଜନ୍ମିତ ଶିବଶଙ୍କର ଅଶି ଓ ନବେ ଦଶକରେ ବେଶ ଲୋକପ୍ରିୟତା ପାଇଥିବା ଜହ୍ନମାମୁ ବ୍ୟତୀତ ବିକ୍ରମ ବେତାଳ ସିରିଜ୍ର ମଧ୍ୟ ଚିତ୍ରକର ଥିଲେ। ୧୯୪୭ ମସିହାରେ ଜହ୍ନମାମୁ ପତ୍ରିକାରେ ଯୋଗ ଦେଇଥିଲେ। ଜହ୍ନମାମୁ ପତ୍ରିକା ବନ୍ଦ ହେବା ପର୍ଯ୍ୟନ୍ତ ସେ ସେଥିରେ କାର୍ଯ୍ୟ କରୁଥିଲେ। ପ୍ରାୟ ସବୁଭାଷାରେ ପ୍ରକାଶିତ ଜହ୍ନମାମୁ ଘରେ ଘରେ ଲୋକପ୍ରିୟତା ହାସଲ କରିଥିଲା।