Categories: ଫୁରସତ

କେକ୍‌ରେ ଆର୍ଟିଷ୍ଟଙ୍କ ଚେହେରା

ନୂଆଦିଲ୍ଲୀ: ଜଣେ କେକ୍‌ ଆର୍ଟିଷ୍ଟ ତାଙ୍କ କଳାରେ ସମସ୍ତଙ୍କୁ ଦ୍ୱନ୍ଦ୍ୱରେ ପକାଇ ଦେଇଛନ୍ତି। ସେ କେକ୍‌ରେ ନିଜ ଚେହେରା ତିଆରି କରିଥିଲେ। ଏକ ପ୍ଲେଟ୍‌ରେ ସେ ଉକ୍ତ କେକ୍‌ ଧରି ଠିଆ ହୋଇଥିଲେ, ଯେଉଁଥିରେ କି ପ୍ରକୃତ ଚେହେରା ଏବଂ କେକ୍‌ ମଧ୍ୟରେ ପାର୍ଥକ୍ୟ ଜଣାପଡୁ ନ ଥିଲା। ଯେତେବେଳେ ଆର୍ଟିଷ୍ଟ ଜଣକ ତାଙ୍କ ମୁହଁ ଥିବା କେକ୍‌ଟିକୁ କାଟିଲେ ସେତେବେଳେ ତାହା କେକ୍‌ ବୋଲି ଜଣାପଡିଥିଲା। ଉପସ୍ଥିତ ଲୋକେ କେକ୍‌କୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଯାଇଥିଲେ।

Share