ଦିଲ୍ଲୀ ସାଧାରଣତନ୍ତ୍ର ଦିବସରେ ଅଭିନୟ ପାଇଁ ମନୋନୀତ ହେଲେ ବୃନ୍ଦାବନ ସାଂକୃତିକ ଅନୁଷ୍ଠାନର କଳାକାର

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସ୍ଥିତ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ଷାଠିଏ ଜଣ କଳାକାର କେନ୍ଦ୍ର ସଂସ୍କୃତି ବିଭାଗ ଓ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ମନୋନୀତ ହୋଇଛନ୍ତି। ଚଳିତ ବର୍ଷ ସାଧାରଣ ତନ୍ତ୍ର ଦିବସରେ କର୍ତ୍ତବ୍ୟ ପଥ ଦିଲ୍ଲୀଠାରେ ଜୟ ମାଆ ଭାରତୀ ନୃତ୍ୟ ଉତ୍ସବ ଉପଲକ୍ଷେ ଡାଲଖାଇ ନୃତ୍ୟ ପରିବେଷଣ କରିବା ପାଇଁ ମନୋନୀତ ହୋଇଥିବାରୁ ସୋମବାର ଦିଲ୍ଲୀ ଗସ୍ତ କରିଛନ୍ତି।

ଏହା କେସିଙ୍ଗା ତଥା କଳାହାଣ୍ଡି ଅଞ୍ଚଳ ପାଇଁ ଅନେକ ଗୌରବ ଆଣିଦେଇଛି l କଳାକାରମାନେ ଅଡିସନରେ ଚୟନ ହେବା ପରେ ଏହି କାର୍ଯ୍ୟକ୍ରମରେ ଯୋଗଦାନ ପାଇଁ ସୋମବାର ଦିଲ୍ଲୀ ଯାଉଛନ୍ତି। ଏହି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟରେ ଜିଲାପାଳ ପାୱାର ସଚିନ ପ୍ରକାଶ, ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦର୍ବାନ,ଜିଲା ସଂସ୍କୃତି ଅଧିକାରୀ ବିବେକା ନନ୍ଦ ମହାନନ୍ଦ ଉପସ୍ଥିତ ରହି କଳାକାରଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସମସ୍ତ କଳାକାର ତଥା ଅନୁଷ୍ଠାନ ର ସଭାପତି ସୁଶାନ୍ତ ମହାପାତ୍ର, ସମ୍ପାଦକ ଅକ୍ଷୟ ଦାସ, କୋଷାଧ୍ୟକ୍ଷ ବିକ୍ରମ ବାରିକ, ଜ୍ଞାନେନ୍ଦ୍ର ଭୋଇ, କୁମାର ସିଂ, ସୁଶାନ୍ତ ସିଂ, ସଂଜୀବ ସିଂ, ହିନା, ଲକ୍ଷ୍ମୀକାନ୍ତ ବାଗ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖସିଲା ପାରଦ: ବଢ଼ିଲା ଶୀତ, କାଲୁଆ ମାରିଯାଉଛି ଦେହହାତ

ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): ପୁଣି ବାହୁଡ଼ିଲା ଶୀତ। ଲଘୁଚାପ ଜନିତ ବର୍ଷା କିଛିଦିନ ଲାଗିରହିଥିଲା। ଫଳରେ ଦିନରେ କୋହଲା ପାଗ ସହ ରାତିରେ ତାପମାତ୍ରା ବୃଦ୍ଧି ପାଇ...

ଭୁବନେଶ୍ୱରରେ ପହଞ୍ଚିଲେ ନୂଆ ରାଜ୍ୟପାଳ: ରାଜଭବନ ପକ୍ଷରୁ ଦିଆଗଲା ଗାର୍ଡ ଅଫ୍‌ ଅନର

ଭୁବନେଶ୍ୱର,୨ା୧: ଭୁବନେଶ୍ୱରରେ ପହଞ୍ଚିଛନ୍ତି ଓଡ଼ିଶାର ନୂଆ ରାଜ୍ୟପାଳ ହରିବାବୁ କମ୍ଭମ୍‌ପତି। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଦୁଇଦିନ ହେଲା ଆମରଣ ଅନଶନରେ ଚାଷୀ, ଶୁଣିଲେନି ବିଡିଓ-ତହସିଲଦାରଙ୍କ କଥା

କେସିଙ୍ଗା,୨ା୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ତୁଣ୍ଡଳା ଗ୍ରାମର ଜଣେ ଚାଷୀ ଧାନର କଟ୍‌ନି ଛଟ୍‌ନିକୁ ବିରୋଧ କରି ତୁଣ୍ଡଳା ପ୍ୟାକ୍ସ ଆଗରେ ଦୁଇ...

କେନ୍ଦୁଝର-ସମ୍ବଲପୁର ଜିଲାପାଳଙ୍କୁ ମାନବାଧିକାର କମିଶନଙ୍କ ନୋଟିସ୍‌

କେନ୍ଦୁଝର,୨ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): ଡ୍ୟାମ୍‌ ଆଖପାଖ ଅଞ୍ଚଳରେ ରହୁଥିବା ଲୋକଙ୍କ ସୁରକ୍ଷାକୁ ନେଇ ଜାତୀୟ ମାନବାଧିକାର କମିଶନ କେନ୍ଦୁଝର ଓ ସମ୍ବଲପୁର ଜିଲାପାଳଙ୍କୁ ପଦକ୍ଷେପ ଗ୍ରହଣ...

ମୋହନଙ୍କୁ ଚିଠି ଲେଖିଲେ ନବୀନ, ଏଥିରେ ଲେଖାଅଛି ଏମିତି…

ଭୁବନେଶ୍ୱର,୨ା୧: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବିରୋଧୀଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି। ଅଦିନିଆ ବର୍ଷାରେ ଚାଷ କ୍ଷତି ଭରଣା...

ରାଜ୍ୟ ଭିଜିଲାନ୍ସରେ ୮ ଏଏସ୍‌ପି, ୨୪ ଡିଏସ୍‌ପି,୧୬ ଏସ୍‌ଆଇ ପଦବୀ ହେବ ସୃଷ୍ଟି

ଭୁବନେଶ୍ୱର,୨ା୧(ଅନିଲ ଦାସ):ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁର୍ନୀତି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଆସିଛନ୍ତି। ବିଶେଷକରି ଉଚ୍ଚସ୍ତରରେ ଦୁର୍ନୀତି ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଉଛି।...

ଘର ଭାଙ୍ଗୁଥିବାବେଳେ ଶ୍ରମିକଙ୍କ ଉପରେ ପଡ଼ିଲା କାନ୍ଥ, ଚାପି ହୋଇଗଲେ

ବାଲିଗୁଡ଼ା,୨ା୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକ ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ତୁମୁଡ଼ିବନ୍ଧର ରାମପୁର ଛକରେ ଘର...

ବଦଳିଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ, ମିଳିଲା ଏହି ଦାୟିତ୍ୱ

ଭୁବନେଶ୍ୱର,୨ା୧:  ନୂଆବର୍ଷ ଆରମ୍ଭରୁ ଆଇଏଏସ୍‌ ସ୍ତରରେ ଅଦଳବଦଳ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ ସଚିବ ବଦଳିଛନ୍ତି। ୫ ମାସ ତଳେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri