ଆରୁହା,ବାଜବାଟି କଳାପଥର ଖାଦାନରେ ୧୪୪ ଜାରି

ଧର୍ମଶାଳା,୧୩ ।୬(ଡି.ଏନ୍‌.ଏ.): ଧର୍ମଶାଳା ତହସିଲ ଅନ୍ତର୍ଗତ ନିଲାମ ହୋଇ ନ ଥିବା ଆରୁହା ଓ ବାଜାବାଟି କଳାପଥର ଖାଦାନରେ ତହସିଲ ପକ୍ଷରୁ ୧୪୪ ଜାରି କରାଯାଇଛି। ଧର୍ମଶାଳା ତହସିଲଦାର ସ୍ବାଗତ ଦାସଙ୍କ ନିର୍ଦ୍ଦେଶକ୍ରମେ ଆରୁହା ରାଜସ୍ବ ନିରୀକ୍ଷକ ମନୋଜ କୁମାର ସାମଲ, ନାକୋଲ ଆରଆଇ ବିରଞ୍ଚତ୍ ନାରାୟଣ ବୋଇତେଇ, ବଳରାମପୁର-୨ ସର୍କଲ ଆରଆଇ ସୁନିଲ କୁମାର ନାୟକ ଓ ନାକୋଲ ଏଆରଆଇ ଜଗବନ୍ଧୁ ଜେନା ପୋଲିସ ସହଯୋଗରେ ସୋମବାର ନିଲାମ ହୋଇ ନ ଥିବା ୩ଟି ଆରୁହା କଳାପଥର ଖାଦାନ ଓ ବାଜବାଟିର ନିଲାମ ହୋଇ ନ ଥିବା ୪ ଖାଦାନରେ ନାଲିପତକା ଲଗାଇ ୧୪୪ ଧାରା ଜାରି କରିଛନ୍ତି ।
ସୂଚନଯୋଗ୍ୟ, ଧର୍ମଶାଳା ତହସିଲ ଅଧୀନ ନିଲମ ହୋଇ ନ ଥିବା ଅନେକ କଳାପଥର ଖାଦାନରେ ବେଆଇନ ଭାବେ ପଥର ମାଫିଆମାନେ ପଥର ଉତ୍ତୋଳନ କରି ଲକ୍ଷାଧିକ ଟଙ୍କା ଲାଭ କରୁଛନ୍ତି। ଅନ୍ୟପଟେ ସରକାର ସେହି ପରିମାଣ ଟଙ୍କାର ରାଜସ୍ବ ହରାଉଛନ୍ତି ା ପଥର ବ୍ୟବସାୟୀମାନେ ନିଲାମ ହୋଇ ନ ଥିବା ଖାଦାନଗୁଡିକରୁ ବେଆଇନ ଭାବେ କଳାପଥର ଲୁଟ କରିଚାଲିଛନ୍ତି । ଗତ କିଛିଦିନ ତଳେ ଏହି ତହସିଲ ଅନ୍ତର୍ଗତ ଲୁଣିବର ବେଆଇନ ଖାଦାନରେ ମାଟି ଅତଡା ଧସି ୨ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ବ୍ୟବସାୟୀମାନଙ୍କ ଉପରେ ଲଗାମ ଲଗାଇବା ପାଇଁ ତହସିଲ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।