କଟକ ଅଫିସ, ୬ା୫- କ୍ରାଇମବ୍ରାଞ୍ଚ ଏଡିଜି ଭାବେ ୧୯୯୬ ବ୍ୟାଚ୍ର ଆଇପିଏସ୍ ଅଫିସର ଅରୁଣ ବୋଥ୍ରା ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। କଟକସ୍ଥିତ କ୍ରାଇମବ୍ରାଞ୍ଚ ମୁଖ୍ୟ କାର୍ଯ୍ୟାଳୟରେ ଏଡିଜି ସଞ୍ଜୀବ ପଣ୍ଡା ତାଙ୍କୁ ଏହି ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ଏହି ଅବସରରେ ବୋଥ୍ରା କହିଛନ୍ତି, ରାଜ୍ୟରେ ଅପରାଧର ସ୍ଥିତି ନିୟନ୍ତ୍ରଣରେ ରହିଛି। ପଡି ରହିଥିବା ପୁରୁଣା ମାମଲାର ତଦନ୍ତ କରାଯିବ। ଏଥିସହ ଆପରାଧିକ ମାମଲାର ତଦନ୍ତ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟରେ ଦୋଷୀ ସାବସ୍ତ୍ୟ କରାଇବା ମୋର ପ୍ରଥମ କର୍ତ୍ତବ୍ୟ। ଏଥିସହ ନୂଆ ଦାୟିତ୍ୱ ପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।