Categories: ଜାତୀୟ

ଭାଜପା ସହ ଯୋଡ଼ି ହେଲେ ଲୋକପ୍ରିୟ ଶ୍ରୀରାମ

ନୂଆଦିଲ୍ଲୀ,୧୮।୩ : ଦେଶର ସବୁଠୁ ଲୋକପ୍ରିୟ ଟେଲିଭିଜନ ଧାରାବାହିକ ରାମାୟଣର ଶ୍ରୀରାମ ଭୂମିକାରେ ଅବତୀର୍ଣ୍ଣ ହୋଇ ପରିଚୟ ସୃଷ୍ଟି କରିଥିବା ଅରୁଣ ଗୋଭିଲ ଗୁରୁବାର ଭାଜପାରେ ଯୋଗ ଦେଇଛନ୍ତି। ଚାରି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ସେ ଲଢ଼ିବେ ନାହିଁ। କିନ୍ତୁ ଦଳ ପାଇଁ ପ୍ରଚାର କରିବେ ବୋଲି ଭାଜପା ପକ୍ଷରୁ କୁହାଯାଇଛି।

ଖବରଦାତା ସମ୍ମିଳନୀରେ ଯୋଗଦେଇ ଅଭିନେତା ଅରୁଣ କହିଛନ୍ତି, ‘ଜୟ ଶ୍ରୀ ରାମ’ କହିବାରେ କିଛି ଭୁଲ ନାହିଁ। ଏହି ସ୍ଲୋଗାନ ଭାଜପାର ରାଲି ଓ ପ୍ରଚାରରେ ଶୁଣିବାକୁ ମିଳେ। ୨୦୧୯ ସାଧାରଣ ନିର୍ବାଚନରେ ‘ଜୟ ଶ୍ରୀ ରାମ’ ସ୍ଲୋଗାନ ବଳରେ ହିଁ ଭାଜପା ୪୨ରୁ ୧୮ଟି ଲୋକ ସଭା ଆସନ ହାତେଇଥିବା ସଫଳ ହୋଇଥିଲା।

୬୩ ବର୍ଷୀୟ ଅରୁଣ ରାମାୟଣ ବ୍ୟତୀତ ହିନ୍ଦି, ଭୋଜପୁରୀ, ଓଡ଼ିଆ ଓ ତେଲୁଗୁ ଫିଲ୍ମରେ ଅଭିନୟ କରିଥିଲେ। କ୍ୟାରିୟରର ଶୀର୍ଷରେ ଥିବାବେଳେ ୧୯୮୦ରେ ସେ କଂଗ୍ରେସକୁ ଦେଇଥିଲେ ସମର୍ଥନ। କୌତୁହଳର ବିଷୟ ହେଉଛି, ରାମାୟଣରେ ରାବଣ ଓ ସୀତା ଭୂମିକାରେ ଅଭିନୟ କରିଥିବା ଯଥାକ୍ରମେ ଅରବିନ୍ଦ ତ୍ରିବେଦି ଓ ଦୀପିକା ଚିଖାଲିୟା ଭାଜପା ଟିକେଟରେ ଏମ୍‌ପି ହୋଇସାରିଲେଣି।

Share