ଲକ୍ଷ୍ମଣଙ୍କ ପରେ ଆଦିପୁରୁଷର ଟିଜରକୁ ନେଇ କ୍ଷୋଭ ପ୍ରକାଶ କଲେ ରାମାୟଣର ରାମ

ମୁମ୍ବାଇ: ଓମ୍‌ ରାଉତ୍‌ଙ୍କ ନିର୍ଦ୍ଦେଶିତ ଫିଲ୍ମ‘ଆଦିପୁରୁଷ’ର ଟିଜର ରିଲିଜ୍‌ ହେବା ପରଠାରୁ ବିବାଦରେ ରହିଛି। ଟିଭି ଠାରୁ ଆରମ୍ଭ କରି ସମସ୍ତ ବଲିଉଡ୍‌ ସେଲିବ୍ରିଟିମାନେ ଫିଲ୍ମର କଳାକାରଙ୍କ ରୂପ ଏବଂ ଚିତ୍ରଣକୁ ବିରୋଧ କରୁଛନ୍ତି। ଇତିମଧ୍ୟରେ ରାମାନନ୍ଦ ସାଗରଙ୍କ ‘ରାମାୟଣ’ରେ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ସୁନୀଲ ଲାହିରୀଙ୍କ ପରେ ବର୍ତ୍ତମାନ ରାମ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋବିଲ ମଧ୍ୟ ଟିଜର ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅଭିନେତା ଅରୁଣ ଏକ ଭିଡିଓ ଶେୟାର କରି ‘ଆଦିପୁରୁଷ’ର ନିର୍ମାତା ଉପରେ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଥିବା ଅଭିଯୋଗ କରିଛନ୍ତି। ରାମାୟଣ, ମହାଭାରତ ଏବଂ ପୌରାଣିକ ଗ୍ରନ୍ଥ ଓ ଶାସ୍ତ୍ର ଆମର ପ୍ରାଚୀନ ସଂସ୍କୃତି ତଥା ଧାର୍ମିକ ଐତିହ୍ୟ। ଏହା ମାନବ ସଭ୍ୟତାର ମୂଳଦୁଆ ଅଟେ। ଏହାକୁ କ୍ଷୁର୍ଣ୍ଣ କରାଯାଇପାରି ନାହିଁ କିମ୍ବା ପରିବର୍ତ୍ତନ କରାଯାଇପାରିବ ନାହିଁ। ଏହା ସହିତ ଖେଳିବା କିମ୍ବା ଟାମ୍ପରିଂ କରିବା ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବା ସହ ସମାନ ବୋଲି କହି ଅରୁଣ ଗୋଭିଲ କ୍ଷୋଭ ପ୍ରକାଶ କରିଛନ୍ତି।

Share