ପୁଣି ରାମ ଚରିତ୍ରରେ ଆସିବେ ଅରୁଣ ଗୋଭିଲ

ମୁମ୍ବାଇ,୧୮।୧୦: ପୁଣି ରାମ ଚରିତ୍ରରେ ନଜର ଆଲିବେ ଲୋକପ୍ରିୟ କଳାକାର ଅରୁଣ ଗୋଭିଲ। ରାମଙ୍କ ଭୂମିକାରେ ଅଭିନୟ କରି ସେ ଅନେକ ସଫଳତା ପାଇଲେ। ବଲିଉଡ୍‌ର ଖିଲାଡ଼ି ବୟ ଅକ୍ଷୟ କୁମାରଙ୍କ ଫିଲ୍ମ ‘ଓ ମାଇ ଗଡ୍‌ ଟୁ’ରେ ସେ ପୁଣିଥରେ ରାମ ଭୂମିକାରେ ନଜର ଆସିବେ।
ଫିଲ୍ମର ନିର୍ଦ୍ଦେଶନା ଅମିତ ରାଇ ଦେଇଥିବା ବେଳେ ଅକ୍ଷୟ କୁମାର ଓ ଅଶ୍ୱିନ ଭର୍ଦ୍ଦେ ଏହାର ପ୍ରଡ୍ୟୁସର ରହିଛନ୍ତି। ଏହି ଫିଲ୍ମରେ ୟାମି ଗୌତମ, ପଙ୍କଜ ତ୍ରିପାଠୀ ଆଦି ଅଭିନୟ କରିବେ। ତେବେ ଫିଲ୍ମ ଭାରତୀୟ ଶିକ୍ଷା ବ୍ୟବସ୍ଥା ଉପରେ ହୋଇଛି। ପ୍ରଥମ ଭାଗ ଅନ୍ଧବିଶ୍ୱାସ, ଧର୍ମାନ୍ଧତାକୁ ନେଇ ହୋଇଥିବା ସୂଚନା ରହିଛି।

Share