Categories: ଜାତୀୟ

୬୬ବର୍ଷରେ ପୁଣି ବର ସାଜିବେ ପୂର୍ବତନ କ୍ରିକେଟର

କୋଲକାତା,୨୫।୪: ଭାରତର ପୂର୍ବତନ ଓପନର ଅରୁଣ ଲାଲ ଦ୍ୱିତୀୟ ଥର ବର ସାଜିବାକୁ ଯାଉଛନ୍ତି। ୬୬ବର୍ଷ ବୟସରେ ଅରୁଣ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି। ୩୮ବର୍ଷୀୟ ବୁଲବୁଲ ଶାହା ନାମକ ଯୁବତୀଙ୍କୁ ସେ ବିବାହ କରିବାକୁ ଯାଉଥିବା ଜଣାପଡ଼ିଛି। ବୁଲବୁଲ୍‌ ଅରୁଣଙ୍କଠାରୁ ୨୮ବର୍ଷ ସାନ। ଅରୁଣ ଓ ବୁଲବୁଲ୍‌ ପୁରୁଣା ବନ୍ଧୁ ଥିବା ବେଳେ ବହୁ ଦିନରୁ ଦୁହେଁ ଦୁହିଁଙ୍କୁ ଡେଟ୍‌ କରୁଥିଲେ। ଦୁହେଁ ଏବେ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି। କୋଲକାତାର ପିୟରଲେସ ହୋଟେଲରେ ମେ’୨ରେ ବୁଲବୁଲ୍‌ଙ୍କ ହାତ ଧରିବେ ଅରୁଣ। ବିବାହର କାର୍ଡ଼ ମଧ୍ୟ ଛପା ସରିଲାଣି। ସୂଚନାଯୋଗ୍ୟ, ଅରୁଣ ଲାଲ ପଶ୍ଚିମବଙ୍ଗ ପାଇଁ କ୍ରିକେଟ ଖେଳୁଥିଲେ। ୨୦୧୬ରେ ତାଙ୍କୁ କ୍ୟାନ୍ସର ହେବାରୁ ସେ କମେଣ୍ଟ୍ରି ଛାଡିଦେଇଥିଲେ। କ୍ରିକେଟ କ୍ୟାରିୟରରେ ଅରୁଣ ୧୬ଟି ଟେଷ୍ଟ ଓ ୧୩ଟି ଓ୍ବାନ ଡେ’ ଖେଳିଛନ୍ତି। ଏହି ସମୟରେ ସେ ଟେଷ୍ଟରେ ୭୨୯ ଓ ଓ୍ବାନ ଡେ’ରେ ୧୨୨ ରନ୍‌ କରିଛନ୍ତି। ୧୯୮୨ ଜାନୁଆରୀ ୨୭ରେ ଅରୁଣ ଇଂଲଣ୍ଡ ବିପକ୍ଷରେ କଟକରେ ପ୍ରଥମ ଅନ୍ତର୍ଜାତୀୟ ଓ୍ବାନ ଡେ’ ମ୍ୟାଚ୍‌ ଖେଳିଥିଲେ। ତାଙ୍କର ଶେଷ ମ୍ୟାଚ୍‌ ୧୯୮୯ ଏପ୍ରିଲରେ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ କିଙ୍ଗ୍‌ଷ୍ଟନରେ ଟେଷ୍ଟ ଖେଳିଥିଲେ।

Share