ରାଜଧାନୀ କଲେଜର ନୂତନ ଅଧ୍ୟକ୍ଷ ହେଲେ ଅରୁଣ ସାମଲ

ଭୁବନେଶ୍ୱର, ୧୬।୯(ବ୍ୟୁରୋ) – ରାଜଧାନୀ କଲେଜର ନୂତନ ଅଧ୍ୟକ୍ଷ ହେଲେ ପ୍ରଫେସର ଅରୁଣ କୁମାର ସାମଲ। ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେ ଶୁକ୍ରବାର ନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି। ରାଜଧାନୀ କଲେଜର ଶିକ୍ଷା ବିଭାଗର ପ୍ରଫେସର ଭାବେ କାର୍ଯ୍ୟରତ ସାମଲ ମଧ୍ୟ ଏହି କଲେଜର ପୂର୍ବତନ ଛାତ୍ର। ଆଗକୁ ରାଜଧାନୀ କଲେଜ ପ୍ରତିଷ୍ଠାର ୫୦ବର୍ଷ ପୂର୍ତ୍ତି ଉତ୍ସବ ବା ସୁବର୍ଣ୍ଣ ଜୟନ୍ତୀ ପାଳନ କରିବାକୁ ଯାଉଥିବାବେଳେ ଏହି ଶିକ୍ଷାନୁଷ୍ଠାନର ଜଣେ ପୂର୍ବତନ ଛାତ୍ର ଅଧ୍ୟକ୍ଷ ଭାର ସମ୍ଭାଳିବାକୁ ଛାତ୍ରୀଛାତ୍ର, ଅଭିଭାବକ, କର୍ମଚାରୀ ଓ ପୁରାତନ ଛାତ୍ରୀଛାତ୍ରମାନେ ସ୍ବାଗତ କରିଛନ୍ତି।

Share