ଅରୁଣ ନେଲେ ୧୦୦ କୋଟି ତମ ଟିକା, ପ୍ରଧାନମନ୍ତ୍ରୀଙ୍କ ସହ ସେଲ୍‌ଫି ନେଇ ନ ଥିବାରୁ ଦୁଃଖିତ…

ନୂଆଦିଲ୍ଲୀ,୨୧।୧୦: ଭାରତ ଟିକାକରଣରେ ନୂଆ ଇତିହାସ ରଚିଛି। ଦେଶରେ ଇତିମଧ୍ୟରେ ୧୦୦ କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଛି। ଦେଶରେ ୧୦୦ କୋଟିତମ ଟିକା ନେଇଥିବା ବ୍ୟକ୍ତି ହେଉଛନ୍ତି ବାରାଣସୀର ଅରୁଣ ରାୟ। ସେ ଦିଲ୍ଲୀର ରାମ ମନୋହର ହସ୍ପିଟାଲରେ ଏହି ଟିକା ନେଇଛନ୍ତି। ଅରୁଣ ଜଣେ ଦିବ୍ୟାଙ୍ଗ। ସେ ତାଙ୍କ ସାଙ୍ଗ ପାଖକୁ ଦିଲ୍ଲୀ ଆସିଥିଲେ। ସାଙ୍ଗ ଜଣକ ଟିକା ନେବା ଲାଗି ଅରୁଣଙ୍କ ପଞ୍ଜିକରଣ କରାଇଥିଲେ।

ସେ ୧୦୦କୋଟି ତମ ଟିକା ନେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଭେଟିଥିଲେ। ଏତେ ବିଳମ୍ବ ପର୍ଯ୍ୟନ୍ତ ଅରୁଣ କାହିଁକି ଟିକା ନେଇ ନ ଥିଲେ ବୋଲି ପ୍ରଧାନମନ୍ତ୍ରୀ ତାଙ୍କୁ ପ୍ରଶ୍ନ କରିଥିଲେ। ଅରୁଣ କହିଥିଲେ ଯେ ଟିକାକୁ ନେଇ ତାଙ୍କ ମନରେ କେତେକ ଭ୍ରାନ୍ତ ଧାରଣା ଥିଲା। ଦେଶର ୭୦ କୋଟି ଲୋକ ଟିକା ନେବା ପରେ ଅରୁଣ ଟିକା ନେବାକୁ ନିଷ୍ପତ୍ତି ଗ୍ରହଣ କରିଥିଲେ।

୧୦୦ କୋଟି ତମ ଟିକା ନେଇ ଖୁସି ଥିବା ଅରୁଣ ପ୍ରଧାନମନ୍ତ୍ରୀଙ୍କ ସହ ସେଲ୍‌ଫି ନେଇ ନ ଥିବାରୁ ଦୁଃଖିତ ହୋଇ ଯାଇଛନ୍ତି।

Share