Categories: ଜାତୀୟ

ପାରିଶ୍ରମିକ ମିଳିନି, ୧୨ଲକ୍ଷ ବାକି ଅଛି; ରାମଲଲାଙ୍କ ମୂର୍ତ୍ତି ତିଆରି କରିଥିବା ଅରୁଣ ଯୋଗୀରାଜଙ୍କୁ ନେଇ ଆସିଲା ବଡ ଅଭିଯୋଗ

ଅଯୋଧ୍ୟା,୨୮।୧: ଅଯୋଧ୍ୟା ରାମ ମନ୍ଦିରରେ ସ୍ଥାପନ ହୋଇଥିବା ରାମଲଲାଙ୍କ ମୂର୍ତ୍ତିକାର ଅରୁଣ ଯୋଗୀରାଜ ଏବେ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। ଗତ କିଛି ମାସ ମଧ୍ୟରେ ସେ ଦିନରାତି କାମ କରି ରାମଲଲାଙ୍କ ସୁନ୍ଦର କମନୀୟ ରୂପକୁ ଆକାର ଦେଇଛନ୍ତି। ଏହି ମୂର୍ତ୍ତିକୁ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ପସନ୍ଦ କରାଯାଉଛି।
ଜାନୁଆରୀ ୨୨ରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଲକ୍ଷଲକ୍ଷ ଶ୍ରଦ୍ଧାଳୁ ଦର୍ଶନ ପାଇଁ ଆସୁଛନ୍ତି। ମନ୍ଦିରର ଗର୍ଭଗୃହରେ ପ୍ରତିଷ୍ଠା ହେବା ପାଇଁ ୩ଟି ମୂର୍ତ୍ତିରୁ ଗୋଟିଏ ଚୟନ କରାଯାଇଥିଲା। ତେବେ ପ୍ରାଣ ପ୍ରତିଷ୍ଠା ହୋଇଥିବା ସେହି ସାବଲୀଳ ସୁନ୍ଦର କୃଷ୍ଣକାନ୍ତି ମୂର୍ତ୍ତିକୁ ପ୍ରସିଦ୍ଧ ମୂର୍ତ୍ତିକାର ଯୋଗୀରାଜ ତିଆରି କରିଥିଲେ। ଯାହାକୁ ନେଇ ଏବେ ସେ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବଡବଡ ନେତା ଓ ସେଲିବ୍ରେଟିମାନେ ମଧ୍ୟ ତାଙ୍କ କାରୁକାର୍ଯ୍ୟକୁ ଭୁରି ଭୁରି ପ୍ରଶଂସା କରୁଛନ୍ତି।

ଏବେ ଅରୁଣଙ୍କୁ ନେଇ ଖୋଦ୍‌ ଦୁଇ ଭାଜପା ବିଧାୟକ ବଡ ଅଭିଯୋଗ ଆଣିିଛନ୍ତି, ମୂର୍ତ୍ତି ନିର୍ମାଣ ପାଇଁ ତାଙ୍କୁ ପାରିଶ୍ରମିକ ଦିଆଯାଇନାହିଁ। ତାଙ୍କର ଆଉ ୧୨ଲକ୍ଷ ଟଙ୍କା ବାକି ରହିଛି ବୋଲି ସେମାନେ କହିଛନ୍ତି।

କହିରଖୁଛୁ କି, ଏହି ପାରିଶ୍ରମିକ ତାଙ୍କୁ ରାମଲଲାଙ୍କ ମୂର୍ତ୍ତି ପାଇଁ ନୁହେଁ ବୋଡିଆର ରାଜବଂଶର ରାଜାଙ୍କ ମୂର୍ତ୍ତି ଗଢିବା ପାଇଁ ମହୀଶୂର ନଗର ନିଗମ ତାଙ୍କୁ ପାରଶ୍ରମିକ ମିଳିନାହିଁ।

ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ କରି ଭାଜପା ବିଧାୟକ ବସନଗୌଡା ଓ ପାଟିଲ କହିଛନ୍ତି, ୨୦୧୬ରେ ଅରୁଣ, ଶ୍ରୀ ଜୟଚାମାରାଜେନ୍ଦ୍ର ବୋଡିଆରଙ୍କ ମୂର୍ତ୍ତି ନିର୍ମାଣ କରିଥିଲେ। ମୂର୍ତ୍ତି ନିର୍ମାଣର ୮ବର୍ଷ ବିତିଯାଇଥିଲେ ମଧ୍ୟ ତାଙ୍କୁ ମହୀଶୂର ନଗର ନିଗମ କୌଣସି ପାରଶ୍ରମିକ ଦେଇନାହିଁ। କେବଳ ଜଣେ ମୂର୍ତ୍ତିକାର ନୁହନ୍ତି ଏହା ଯଦୁବଂଶ ରାଜାଙ୍କର ମଧ୍ୟ ଅପମାନ ଅଟେ ବୋଲି ସେ କହିଛନ୍ତି।

ଭାଜପା ବିଧାୟକ ଆହୁରି କହିଛନ୍ତି, ନଗର ନିଗମ ଏପର୍ଯ୍ୟନ୍ତ ୧୨ଲକ୍ଷ ଟଙ୍କା ବକେୟା ରଖିଛନ୍ତି। ଏହି ପାରଶ୍ରମିକ ଏଯାଏଁ ଯୋଗୀରାଜଙ୍କୁ ଦିଆଯାଇ ନାହିଁ।
ଏନେଇ ମହୀଶୂର ନଗର ନିଗମକୁ ପଚରାଯିବାରୁ ତାଙ୍କ ପାଖରେ କୌଣସି ସୂଚନା ନ ଥିବା କହିଛନ୍ତି। ପ୍ରଥମେ ସେମାନେ ରେକର୍ଡ ଯାଞ୍ଚ କରିବେ ପରେ ଭାଜପା ବିଧାୟକଙ୍କ ପ୍ରଶ୍ନର ଉତ୍ତର ଦେବେନଗର ନିଗମ ସଫେଇ ଦେଇଛି।

 

Share