ବିବାହିତା ସତ୍ତ୍ୱେ ମା’ ନ ହେବାକୁ ନିଷ୍ପତ୍ତି ନେଇଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ: କାରଣ…

ବଲିଉଡ୍‌ ଅଭିନେତ୍ରୀ ଅରୁଣା ଇରାନୀ ତାଙ୍କ ସମୟର ସଫଳ ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ। ତାଙ୍କର ଅଭିନୟଠାରୁ ଆରମ୍ଭ କରି ନୃତ୍ୟ ପାଇଁ ଲୋକେ ପାଗଳ ହୋଇଯାଉଥିଲେ। ଅଧିକାଂଶ ଫିଲ୍ମରେ ସେ ଖଳନାୟିକା ଚରିତ୍ରରେ ଅଭିନୟ କରିଛନ୍ତି। ତାଙ୍କର ଏହି ଚରିତ୍ରକୁ ଲୋକେ ପସନ୍ଦ ମଧ୍ୟ କରନ୍ତି।
ମାତ୍ର ୧୫ ବର୍ଷ ବୟସରେ ଫିଲ୍ମ ‘ଗଙ୍ଗା ଜମୁନା’(୧୯୬୧)ରୁ ଅରୁଣା ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହା ପରେ ସେ ଆଉ ପଛକୁ ଫେରି ଚାହିଁ ନ ଥିଲେ। ହିନ୍ଦୀ ସାଙ୍ଗକୁ ମରାଠୀ ଏବଂ ଗୁଜୁରାଟୀରେ ପ୍ରାୟ ୫୦୦ ଫିଲ୍ମରେ ସେ କାମ କରିଛନ୍ତି। ଅରୁଣା ଅଭିନୟରେ ଏତେ ବ୍ୟସ୍ତ ଥିଲେ ଯେ, ୪୦ ବର୍ଷ ପର୍ଯ୍ୟନ୍ତ ବିବାହ ବିଷୟରେ ଭାବି ନ ଥିଲେ। କିନ୍ତୁ ୧୯୯୦ରେ ସେ କୁକୁ କୋହଲିଙ୍କୁ ବିବାହ କରିଥିଲେ। କୁକୁ ପୂର୍ବରୁ ବିବାହିତ ଥିଲେ ଏବଂ ତାଙ୍କର ୨ ସନ୍ତାନ ମଧ୍ୟ ଥିଲେ। ମାତ୍ର ଅରୁଣା ବିବାହିତା ସତ୍ତ୍ୱେ କେବେ ମା’ ହେବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ। ଏକ ସାକ୍ଷାତକାରରେ ସେ କହିଥିଲେ ଯେ, ଡାକ୍ତରଙ୍କ ସହ କଥା ହେବା ପରେ ସେ ଏଭଳି ନିଷ୍ପତ୍ତି ନେଇଥିଲେ। ଡାକ୍ତର ତାଙ୍କୁ କହିଥିଲେ, ଏହା ସତ ଯେ ତୁମେ ବିବାହିତ, ତୁମର ସାଥୀ ଦରକାର, କିନ୍ତୁ ପିଲା ହେଲେ ତୁମର ଏବଂ ତା’ ମଧ୍ୟରେ ବୟସର ବ୍ୟବଧାନ ବହୁତ ଅଧିକ ହେବ। ଡାକ୍ତରଙ୍କ କଥା ତାଙ୍କୁ ଠିକ୍‌ ଲାଗିଥିଲା। ତେଣୁ ସେ କେବେ ମା’ ହେବେ ନାହିଁ ବୋଲି ନିଷ୍ପତ୍ତି ନେଇଥିବା କହିଥିଲେ।

Share