କିଛି ଭୁଲ ହୋଇଯିବା ଭୟରେ ଏହି ଅଭିନେତାଙ୍କ ସହ ହୋଟେଲରେ ରହିବାକୁ ଡରିଥିଲେ ଅରୁଣା

ବଲିଉଡ୍‌ର ଖଳନାୟକ ଭାବେ ପ୍ରାଣ ସାହେବ ବେଶ ପରିଚିତ। ଏକ ସମୟ ଥିଲା ଯେତେବେଳେ ଲୋକେ ତାଙ୍କ ନାଁ ଶୁଣି ଡରୁଥିଲେ । ତାଙ୍କ ସହ କାମ କରୁଥିବା ଅଭିନେତ୍ରୀମାନେ ମଧ୍ୟ ତାଙ୍କୁ ଭୟ କରୁଥିଲେ। ଭେଟେରାନ ଅଭିନେତ୍ରୀ ଅରୁଣା ଇରାନୀ ପ୍ରାଣ ଙ୍କୁ ନେଇ ଏକ ସାକ୍ଷାତକାରରେ କହିଥିଲେ , ପ୍ରାଣଙ୍କୁ ନେଇ ତାଙ୍କ ମନରେ ଏକ ଭ୍ରମ ଥିଲା ଯାହା ପରେ ଦୂର ହୋଇଥିଲା। ପ୍ରାଣଙ୍କ ଭାବମୂର୍ତ୍ତିକୁ ନେଇ ଅରୁଣା ବହୁତ ଭୟ କରୁଥିଲେ। ଥରେ ଅରୁଣାଙ୍କର ଫ୍ଲାଇଟ୍‌ ସକାଳୁ ଥିବାରୁ ତାଙ୍କୁ ପ୍ରାଣଙ୍କ ସହ ଏକ ହୋଟେଲରେ ରହିବାକୁ ପଡିଲା। କିନ୍ତୁ ଅରୁଣା ତାଙ୍କ ଭାବମୂର୍ତ୍ତିକୁ ଦେଖି ଏତେ ଡରି ଯାଇଥିଲେ ଯେ, ସେ ଭୟ କରୁଥିଲେ ତାଙ୍କ ସହ ହୋଟେଲରେ ରହିଲେ ସେ ତାଙ୍କ ସହ କିଛି ଭୁଲ କରିଦେବେନି ତ? କିନ୍ତୁ ଯେତେବେଳେ ସେ ତାଙ୍କ ସହିତ ରହିଲେ, ତା’ଙ୍କ ଭ୍ରମ ଦୂର ହୋଇଥିଲା। ଅରୁଣା କହିଛନ୍ତି ଯେ, ପ୍ରାଣ ତାଙ୍କୁ ସାନ ଭଉଣୀ ପରି ବ୍ୟବହାର କରିଥିଲେ ଏବଂ ପୂରା ଯତ୍ନ ନେଇଥିଲେ।

Share