ଅରୁଣାଚଳ ଭାରତର ଅବିଚ୍ଛେଦ୍ୟ ଅଙ୍ଗ

ସାନ୍‌ ଫ୍ରାନ୍ସିସ୍କୋ, ୧୫ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତକୁ ମାସେ ନ ପୂରୁଣୁ ଅରୁଣାଚଳପ୍ରଦେଶ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଭାବେ ସ୍ବୀକୃତି ସ୍ବରୂପ ଆମେରିକା ସିନେଟ କମିଟିରେ ପ୍ରସ୍ତାବ ଗୃହୀତ ହୋଇଛି। ସିନେଟର ଜେଫ୍‌ ମେକେଲି, ବିଲ୍‌ ହାଗେର୍ଥତ୍, କିମ୍‌ କାଇନ୍‌ ଏବଂ କ୍ରିସ୍‌ ଭାନ୍‌ ହୋଲେନ୍‌ ଗୁରୁବାର ଏହି ପ୍ରସ୍ତାବ ଆଣିଥିଲେ। ପିପୁଲ୍ସ ରିପବ୍ଲିକ୍‌ ଅଫ୍‌ ଚାଇନା ଏବଂ ଭାରତୀୟ ରାଜ୍ୟ ଅରୁଣାଚଳପ୍ରଦେଶ ମଧ୍ୟରେ ମାକ୍‌ମୋହନ ଲାଇନକୁ ଅନ୍ତର୍ଜାତୀୟ ସୀମା ଭାବେ ଆମେରିକା ସ୍ବୀକୃତି ଦେଇଥିବା ଉକ୍ତ ସଂକଳ୍ପ ସ୍ପଷ୍ଟ କରିଛି। ଅରୁଣାଚଳପ୍ରଦେଶର ଏକ ବଡ଼ ଭାଗକୁ ଚାଇନା ନିଜ ଅଞ୍ଚଳ ଦାବି କରୁଥିବାବେଳେ ଆମେରିକା ସିନେଟ କମିଟିର ଉପରୋକ୍ତ ପଦକ୍ଷେପ ଏହା ବିରୋଧରେ ଯାଇଛି। ପୂର୍ଣ୍ଣ ଭୋଟ ପାଇଁ ଉକ୍ତ ପ୍ରସ୍ତାବକୁ ସିନେଟକୁ ପଠାଯିବ।

Share