Categories: ଜାତୀୟ

ଖସିଲା ବରଫ ଅତଡା: ଫସିଗଲେ ୭ ଜଣ ଯବାନ

ଇଟାନଗର,୭।୨:ଅରୁଣାଚଳ ପ୍ରଦେଶର ଉଚ୍ଚ ପର୍ବତ ମାଳା କାମେଙ୍ଗ ସେକ୍ଟରରେ ବରଫ ଅତଡା ଖସିଛି। ଏଥଯୋଗୁ କାର୍ଯ୍ୟରତ ୭ ଜଣ ଯବାନ ଏହା ମଧ୍ୟରେ ଫସି ଯାଇଛନ୍ତି। କାମେଙ୍ଗ ସେକ୍ଟରରେ ପ୍ୟାଟ୍ରୋଲିଂ ଚାଲୁଥିବା ବେଳେ ଏପରି ଅଘଟଣ ଘଟିଛି। ବରଫ ଅତଡା ତଳେ ଫସି ରହିଥିବା ୭ ଯବାନ ପ୍ୟାଟ୍ରୋଲିଂ ଟିମରେ ସାମିଲ ଥିଲେ। ଯବାନଙ୍କ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ବରଫ ଅତଡା ତଳୁ ସେମାନଙ୍କୁ ଉଦ୍ଧାର କରିବାକୁ ଅନ୍ୟ ସୁରକ୍ଷାକର୍ମୀମାନେ ଜୋରଦାର ଉଦ୍ୟମ କରୁଛନ୍ତି। ହେଲେ ଏଯାଏ ସେମାନଙ୍କର କୌଣସି ପତ୍ତା ମିଳିନାହିଁ।

Share