Categories: ଜାତୀୟ

ଅରୁଣାଚଳ ପ୍ରଦେଶ ହେଲିକପ୍ଟର ଦୁର୍ଘଟଣାକୁ ନେଇ ସାମ୍ନାକୁ ଆସିଲା ବଡ ତଥ୍ୟ

ଇଟାନଗର,୨୨ ।୧୦: ଅରୁଣାଚଳ ପ୍ରଦେଶରେ ଶୁକ୍ରବାର ଚାଇନା ସୀମାକୁ ଲାଗି ରହିଥିବା ଏଲଏସିରେ ଭାରତୀୟ ସେନାର ଆଟାକଡେଲିକପ୍ଟର ‘ରୁଦ୍ର’ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ପାଇଲଟ ଦୁର୍ଘଟଣା ପୂର୍ବରୁ ଏଟିସିକୁ ହେଲିକପ୍ଟରେ ତ୍ରୁଟିଥିବା ଜଣାଇଥିଲେ । ସେନାର ସୂଚନା ଅନୁଯାୟୀ, ଦୁର୍ଘଟଣା ଯାଞ୍ଚ ପାଇଁ ଗଠିତ କୋର୍ଟ ଅଫ ଇନକ୍ୱାରୀର ମୁଖ୍ୟ ଫୋକସ ଏହି ଯାନ୍ତ୍ରୀକ ତୃଟି ଉପରେ ରହିବ । ଦୁର୍ଘଟଣା ସମୟରେ ହେଲିକପ୍ଟରରେ ଥିବା ୪ସେନାଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
ସୂଚନା ଅନୁଯାୟୀ, ଦୁର୍ଘଟଣା ସମୟରେ ପାଗ ଭଲ ଥିଲା । ପାଇଲଟ ଏହି ହେଲିକପ୍ଟରକୁ ୬୦୦ ଘଣ୍ଟା ଉଡାଇବାର ଅନୁଭୁତି ରଖିଥିଲେ । ପାଇଲଟଙ୍କର ମୋଟ ୧୮୦୦ ଘଣ୍ଟା ସର୍ଭିସ ଥିଲା । ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର, ଏଏଲଏଚ-ଡବ୍ଲୁଏସଆଇ ‘ରୁଦ୍ର’ ୨୦୧୫ରେ ସେନାର ଏଭିଏଶନ କୋରରେ ସାମିଲ ହୋଇଥିଲା ।

Share