Categories: ଜାତୀୟ

ଅରୁଣାଚଳ ପ୍ରଦେଶରେ ଭୂକମ୍ପ

ଗୁଆହାଟୀ,୧୯।୨: ଅରୁଣାଚଳ ପ୍ରଦେଶର ପଶ୍ଚିମ ଭାଗରେ ରବିବାର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୩.୮ ଥିବା ସୂଚନା ମିଳିଛି।

ଭୂକମ୍ପର କେନ୍ଦ୍ରସ୍ଥଳ ଭୁଟାନ ସୀମା ନିକଟ ପଶ୍ଚିମ କାମେଙ୍ଗର ୧୦ କି.ମି. ଗଭୀରରେ ହୋଇଥିବା ଅନୁମାନ କରାଯାଇଛି। ଏପରି କି ଉତ୍ତର ଆସାମ ଏବଂ ଭୁଟାନର ପୂର୍ବ ଭାଗରେ ଏହି ଝଟକା ଅନୁଭୂତ ହୋଇଛି। ତେବେ ଏଥିରେ କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି। ଗତ କିଛିଦିନ ହେଲା ଭାରତର ବିଭିନ୍ନ ରାଜ୍ୟରେ ଭୂକମ୍ପ ଅନୁଭୂତ ହେଉଥିବାର ଖବର ସାମ୍ନାକୁ ଆସିଛି।

Share