Categories: ଜାତୀୟ

ଅରୁଣାଚଳ ପ୍ରଦେଶ ଭାରତର ଅଂଶ: କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ

ନୂଆଦିଲ୍ଲୀ,୧୩।୧୨: ଅରୁଣାଚଳ ପ୍ରଦେଶର ତୱାଙ୍ଗ ଠାରେ ଭାରତ ଏବଂ ଚାଇନା ସୈନ୍ୟଙ୍କ ମଧ୍ୟରେ ପୁଣି ଝଗଡା ଲାଗିଛି। ଏନେଇ କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି, ପ୍ରାଚୀନ କାଳରୁ ଅରୁଣାଚଳ ପ୍ରଦେଶ ଭାରତର ଏକ ଅବିଚ୍ଛେଦ୍ୟ ଅଂଶ ହୋଇଆସୁଛି। ଭାରତ ଏକ ନରମ ଶକ୍ତି ଭାବରେ ଉଭା ହୋଇଛି। ଭାରତ ଏକ ଶକ୍ତିଶାଳୀ ରାଷ୍ଟ୍ର ଭାବରେ ଆଗକୁ ବଢୁଛି। କିନ୍ତୁ ଆମର ସଂସ୍କୃତି ଐତିହ୍ୟକୁ ନଷ୍ଟ କରିବାକୁ ଚେଷ୍ଟା କରାଗଲେ ଆମେ ଉଚିତ୍‌ ପଦକ୍ଷେପ ନେବୁ।
କାଶୀ-ବିଶ୍ୱନାଥ କରିଡର ଏବଂ ରାମ ମନ୍ଦିର ନିର୍ମାଣ ଦ୍ୱାରା ଭାରତରେ ସାଂସ୍କୃତିକ ଗର୍ବ ବୃଦ୍ଧି ପାଇଛି। ବୌଦ୍ଧ ଧର୍ମରେ ବିଶ୍ୱାସ କରୁଥିବା ଲୋକଙ୍କ ପାଇଁ ବୌଦ୍ଧ ସର୍କିଟ ବିକଶିତ ହୋଇଛି। ଦଲାଇ ଲାମା ନିଜେ ଭାରତକୁ ତାଙ୍କର ଗୁରୁ ବୋଲି ଭାବନ୍ତି। ପ୍ରଧାନମନ୍ତ୍ରୀ ମୋଦି ଭାରତକୁ ଗୋଟିଏ ସୂତ୍ରରେ ବାନ୍ଧି ରଖିଛନ୍ତି। ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ସେ ଚାଇନା ଉପରେ କଥା ହେବେ ବୋଲି ରିଜିଜୁ କହିଛନ୍ତି।
ସୂଚନାଯୋଗ୍ୟ, ଚାଇନାର ବିସ୍ତାରବାଦ ନୀତିକୁ ଭାରତ ଜୋରଦାର ବିରୋଧ କରିବାରୁ ସୀମାରେ ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି। ଉଭୟ ପକ୍ଷ ସୀମାରେ ଅଧିକ ସଂଖ୍ୟକ ସୁରକ୍ଷାକର୍ମୀ ମୁତୟନ କରିବା ସହ ଅସ୍ତ୍ରଶସ୍ତ୍ର ଠୁଳ କରିବାରେ ଲାଗିଛନ୍ତି।

Share