Categories: ବାଣିଜ୍ୟ

ଅରୁନ୍ଧତୀର ଗୋଲ୍ଡ ଏକ୍ସଚେଞ୍ଜ ମେଳା

ଭୁବନେଶ୍ୱର,୧୬।୧୨: ଓଡ଼ିଶାର ସର୍ବବୃହତ୍‌ ଜୁଏଲେରି ବ୍ରାଣ୍ଡ୍‌ ଅରୁନ୍ଧତୀ ଜୁଏଲର୍ସ ପକ୍ଷରୁ ‘ଗୋଲ୍ଡ ଏକ୍ସଚେଞ୍ଜ ମେଳା’ର ଶୁଭାରମ୍ଭ କରାଯାଇଛି। ବିଶେଷକରି ଚଳିତ ବିବାହ ଋତୁକୁ ଲକ୍ଷ୍ୟ ରଖାଯାଇ ଏହି ମେଳାର ଆୟୋଜନ ହୋଇଛି। ମେଳା ମାଧ୍ୟମରେ ଗ୍ରାହକମାନେ ସେମାନଙ୍କର ପୁରୁଣା ସୁନାଗହଣା ବଖଫଭାଲ୍ୟୁ) ପାଇବା ସହ ରାଜ୍ୟରେ ପ୍ରଥମଥର ପାଇଁ ଅତିରିକ୍ତ ରିହାତି ସୁବିଧା ସମସ୍ତ ଏଚ୍‌ୟୁଆଇଡି ହଲ୍‌ମାର୍କଯୁକ୍ତ ଆକର୍ଷଣୀୟ ବିବାହ ସୁନାଗହଣା ପାଇପାରିବେ। ବର୍ତ୍ତମାନ ସୁଦ୍ଧା ୧୦ଲକ୍ଷରୁ ଊର୍ଦ୍ଧ୍ୱ ସନ୍ତୁଷ୍ଟ ସୁନା ବଦଳ ଗ୍ରାହକ ଅରୁନ୍ଧତୀ ଓଲ୍‌ଡ ଗୋଲ୍ଡ ଏକ୍ସଚେଞ୍ଜ କମ୍ୟୁନିଟ୍‌ ପରିବାରରେ ବର୍ତ୍ତମାନ ସାମିଲ ହୋଇସାରିଛନ୍ତି। ସେହିଭଳି ଗ୍ରାହକମାନେ ଯେକୌଣସି ଗହଣା ଷ୍ଟୋରରୁ କିଣିଥିବା ୨୨କ୍ୟାରେଟ ହଲ୍‌ମାର୍କ ପୁରୁଣା ସୁନାର ୧୦୦% ବଦଳ ମୂଲ୍ୟ ପାଇବା ସହିତ ଅତିରିକ୍ତ ରିହାତି ମଧ୍ୟ ପାଇବେ। ବର୍ତ୍ତମାନର ସୁନା ଦର ଉଚ୍ଚ ଥିଲାବେଳେ ଗ୍ରାହକମାନେ ଏହି ମେଳା ମାଧ୍ୟମରେ ନିଜ ମନପସନ୍ଦର ଆକର୍ଷଣୀୟ ୨୦ଗ୍ରାମରୁ ୨୦୦ଗ୍ରାମ ପର୍ଯ୍ୟନ୍ତ ବିବାହ ଅଳଙ୍କାରର ଗଢ଼ା ମଜୁରି ଉପରେ ୫୦% ପର୍ଯ୍ୟନ୍ତ ରିହାତି ପାଇପାରିବେ। ସେହିପରି ହୀରା ମୂଲ୍ୟ ଉପରେ ୩୦% ପର୍ଯ୍ୟନ୍ତ ରିହାତି ଓ ସିଲ୍‌ଭର ଉପରେ ଫ୍ଲାଟ୍‌ ୩୫% ରିହାତି ଗ୍ରାହକମାନେ ପାଇପରିବେ।

Share