Categories: ବାଣିଜ୍ୟ

ଖୁବ୍‌ଶୀଘ୍ର ସମ୍ବଲପୁରରେ ଅରୁନ୍ଧତୀ ଜୁଏଲର୍ସ

ଭୁବନେଶ୍ୱର,୧।୫: ଅରୁନ୍ଧତୀ ଜୁଏଲର୍ସର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିିର୍ମିତ ନୂତନ ଶୋ’ରୁମ୍‌ର ଶୁଭାରମ୍ଭ ଖୁବ୍‌ଶୀଘ୍ର ସମ୍ବଲପୁରଠାରେ ଖୋଲିବାକୁ ଯାଉଛି। ଏପରିକି ୨୦୨୪ ମେ ୩ରେ ଏହାର ଆନୁଷ୍ଠାନିକ ଉଦ୍‌ଘାଟନୀ ଉତ୍ସବ ଆୟୋଜିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଅରୁନ୍ଧତୀ ଜୁଏଲର୍ସର ବ୍ରାଣ୍ଡ୍‌ ଆମ୍ବାସାଡର ତଥା ଲୋକପ୍ରିୟ ଓଡ଼ିଆ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିବେ ବୋଲି ଅରୁନ୍ଧତୀ ଗ୍ରୁପ୍‌ ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି ଏକ ପ୍ରେସ୍‌ ବାର୍ତ୍ତା ଜରିଆରେ ଏ ନେଇ ଅରୁନ୍ଧତୀ ଜୁଏଲର୍ସର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ବ୍ରହ୍ମାନନ୍ଦ ମେହେର ବିସ୍ତୃତ ଭାବେ ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି, ଗତ ୨୪ ବର୍ଷ ହେବ ସମସ୍ତଙ୍କର ସେହ୍ନ , ଶ୍ରଦ୍ଧା, ଭଲପାଇବା ଓ ଆଶୀର୍ବାଦ ସହ ଅରୁନ୍ଧତୀ ଉପରେ ରହିଥିବା ପ୍ରଗାଢ ବିଶ୍ୱାସକୁ ପାଥେୟକରି ଆମେ ରାଜ୍ୟର ଏକ ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ସହ ପୂର୍ବ ଭାରତର ଏକ ପ୍ରତିଷ୍ଠିତ ଗହଣା ବ୍ରାଣ୍ଡ୍‌ର ମାନ୍ୟତା ଲାଭ କରିଛୁ।

Share