Categories: ବାଣିଜ୍ୟ

ଅରୁନ୍ଧତୀ ଜୁଏଲର୍ସର ପ୍ରିମିୟମ କଲେକ୍ସନ ଉନ୍ମୋଚିତ

ଭୁବନେଶ୍ୱର,୧୪।୧୦: ଅରୁନ୍ଧତୀ ଜୁଏଲର୍ସର ନୂତନ ତଥା ପ୍ରିମିୟମ କଲେକ୍ସନ ‘ଅର୍କ ଓ ଅମେୟା’କୁ ଶୁକ୍ରବାର ଆନୁଷ୍ଠାନିକ ଭାବେ ଉନ୍ମୋଚନ କରାଯାଇଛି। କୋଣାର୍କ ସୂର୍ଯ୍ୟମନ୍ଦିରର କଳା, ସ୍ଥାପତ୍ୟ, ସୌନ୍ଦର୍ଯ୍ୟ ଓ ପ୍ରସ୍ତର ଖୋଦେଇ କାରୁକାର୍ଯ୍ୟକୁ ନେଇ ସ୍ବତନ୍ତ୍ର ଭାବେ ଅର୍କ ଗହଣା ଡିଜାଇନ ହୋଇଥିବାବେଳେ ତାରକସୀ କାରୁକାର୍ଯ୍ୟରେ ନିର୍ମିତ ଅମେୟା ଗହଣା ଡିଜାଇନ ହୋଇଛି। ଦୀର୍ଘ ୧୮୦ ଦିନର ସୂକ୍ଷ୍ମ କାରୁକାର୍ଯ୍ୟ ଭରା ଗହଣାକୁ ୩୦% କମ୍‌ ଓଜନରେ ଅଭିଜ୍ଞ କାରିଗରଙ୍କ ଦ୍ୱାରା ତିଆରି କରାଯାଇଛି। ଭୁବନେଶ୍ୱରର ସତ୍ୟନଗରସ୍ଥିତ ଅରୁନ୍ଧତୀ ଏକ୍ସକ୍ଲୁସିଭ ଆଉଟ୍‌ଲେଟ ପରିସରରେ ଆୟୋଜିତ ଏକ ସ୍ବତନ୍ତ୍ର ଅନାବରଣ ଉତ୍ସବରେ ଉପରୋକ୍ତ କଲେକ୍ସନଗୁଡିକୁ ଉନ୍ମୋଚନ ସହ ବିକ୍ରୟ ପାଇଁ ଉପଲବ୍ଧ କରାଯାଇଥିଲା।
ଅରୁନ୍ଧତୀ ଜୁଏଲର୍ସର ଏମ୍‌ଡି ବ୍ରହ୍ମାନନ୍ଦ ମେହେର କହିଥିଲେ, ରାଜ୍ୟର କଳା, ସ୍ଥାପତ୍ୟ ଓ ସୌନ୍ଦର୍ଯ୍ୟକୁ ନୂଆ ରୂପ (ପ୍ରିମିୟମ କଲେକ୍ସନ)ରେ ଉପଲବ୍ଧ କରାଇବା ଆମ ପାଇଁ ଆନନ୍ଦର ବିଷୟ ପାଲଟିଛି। ଚଳିତ ବର୍ଷର ପାର୍ବଣ ପୂର୍ବରୁ ଉଭୟ ଅର୍କ ଓ ଅମେୟାର ପ୍ରିମିୟମ କଲେକ୍ସନକୁ ଉନ୍ମୋଚନ କରାଇ ଆମେ ବେଶ୍‌ ଉତ୍ସାହିତ ଅଛୁ। ପାର୍ବଣ ଉପଲକ୍ଷେ ଅରୁନ୍ଧତୀ ପକ୍ଷରୁ ଆକର୍ଷଣୀୟ ଅଫରର ଘୋଷଣା କରାଯାଇଛି। ଉକ୍ତ ଅଫର ଜରିଆରେ ଗ୍ରାହକମାନେ ୬୪୯ ଟଙ୍କାର ଗଢ଼ା ମଜୁରିରେ ସମସ୍ତ ନୂତନ ହାଇ ଆଣ୍ଡ ଫ୍ୟାନ୍‌ସୀ କଲେକ୍ସନର ସୁନାଗହଣା ପାଇପାରିବେ। ହୀରା ଗହଣା (ପ୍ରତି କ୍ୟାରେଟ) ଉପରେ ୨୦% ଏବଂ ରୁପା ଗହଣାର ଗଢ଼ା ମଜୁରି ଉପରେ ୫୦% ପର୍ଯ୍ୟନ୍ତ ସ୍ବତନ୍ତ୍ର ରିହାତି ଗ୍ରାହକମାନେ ପାଇପାରିବେ।

Share