ଭୁବନେଶ୍ୱର,୧୧।୧୧:ଓଡ଼ିଶାର ସର୍ବବୃହତ୍ ଜୁଏଲେରି ବ୍ରାଣ୍ଡ୍ ଅରୁନ୍ଧତୀ ଜୁଏଲର୍ସ ଚଳିତ ବର୍ଷ ବିଶ୍ୱ ପ୍ରସିଦ୍ଧ କଟକ ବାଲିଯାତ୍ରାରେ ଅଂଶ ଗ୍ରହଣ କରିଛି। ଏପରିକି ବାଲିଯାତ୍ରା ପଡ଼ିଆରେ ମଧ୍ୟ ଏକ ଆକର୍ଷଣୀୟ ମଣ୍ଡପ (ଷ୍ଟଲ୍) ନିକଟରେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ କଟକ ମେୟର ସୁବାସ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅରୁନ୍ଧତୀର ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। ବିଶେଷକରି ଗ୍ରାହକଙ୍କ ପସନ୍ଦ ଓ ଅରୁନ୍ଧତୀ ପ୍ରତି ଭଲପାଇବାକୁ ଦୃଷ୍ଟିରେ ରଖି ଏଭଳି ଏକ ମଣ୍ଡପର ଶୁଭାରମ୍ଭ କରାଯାଇଥିବା ଅରୁନ୍ଧତୀ ପକ୍ଷରୁ କୁହାଯାଇଛି। ସେହିଭଳି ବାଲିଯାତ୍ରାରେ ଅଗଣିତ ଓଡ଼ିଶାବାସୀଙ୍କ ସହ ଯୋଡ଼ି ହେବା ଓ ସେମାନଙ୍କ ପାଇଁ କିଛି ନୂତନ ସାମଗ୍ରୀ ସହ ଆକର୍ଷଣୀୟ ଉପହାର ମଧ୍ୟ ଯାତ୍ରା ଉପଲକ୍ଷେ ପ୍ରଦାନ କରାଯାଉଛି।