Categories: ଜାତୀୟ

କଶ୍ମୀରକୁ ଭାରତରୁ ବିଚ୍ଛିନ୍ନ ନେଇ ଉତ୍ତେଜନା ସୃଷ୍ଟିକାରୀ ଭାଷଣ ନେଇ ଅରୁନ୍ଧତୀ ରାୟଙ୍କ ବିରୋଧ ଚାଲିବ ମାମଲା, ଏଲଜିଙ୍କ ଅନୁମୋଦନ…

ନୂଆଦିଲ୍ଲୀ,୧୦।୧୦ : ଦେଶର ରାଜଧାନୀ ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର (ଏଲଜି) ମଙ୍ଗଳବାର ଲେଖିକା ଅରୁନ୍ଧତୀ ରାୟ ଏବଂ କଶ୍ମୀର ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ଶେଖ ସୌକତ ହୁସେନଙ୍କ ବିରୋଧ ହୋଇଥିବା ଅଭିଯୋଗକୁ ଅନୁମୋଦନ କରିଛନ୍ତି। ୨୦୧୦ ରେ ଦିଲ୍ଲୀରେ ଏକ ସେମିନାରରେ ଉଭୟ ଭାରତ ବିରୋଧୀ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା।

‘ଆଜାଦି: ଦ ଓନଲି ଓ୍ବେ’ ଶୀର୍ଷକ ଏକ ସମ୍ମିଳନୀରେ ତାଙ୍କ ଭାଷଣ ଉପରେ ସୁଶୀଲ ପଣ୍ଡିତ ଏବଂ ‘ରୁଟ ଇନ କଶ୍ମୀର’ ନାମକ ଏକ କଶ୍ମୀର ପଣ୍ଡିତ ସଂଗଠନ ତାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ସୁଶୀଲ ପଣ୍ଡିତ ତାଙ୍କ ଅଭିଯୋଗରେ କହିଛନ୍ତି ଆଲୋଚନା ସମୟରେ କଶ୍ମୀରକୁ ଭାରତରୁ ପୃଥକ କରିବା ପ୍ରସଙ୍ଗ ଉପରେ ଚର୍ଚ୍ଚା ହୋଇଥିଲା। ଏହା ମଧ୍ୟ ଅଭିଯୋଗ କରାଯାଇଥିଲା ଏହି ବକ୍ତବ୍ୟ ଉତ୍ତେଜନାମୂଳକ ପ୍ରକୃତିର ଯୋଗୁ ଜନସାଧାରଣଙ୍କ ଶାନ୍ତି ଏବଂ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରିଥିଲା।

ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର (ଏଲଜି) ଭି.କେ ସାକ୍ସେନା କହିଛନ୍ତି ଅରୁନ୍ଧତୀ ରାୟ ଏବଂ ଶେଖ ସୌକତ ହୁସେନଙ୍କ ବିରୋଧରେ ଧାରା ୧୫୩-ଏ (ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଶତ୍ରୁତାକୁ ପ୍ରୋତ୍ସାହିତ କରିବା), ୧୫୩- ବି (ଜାତୀୟ ଏକୀକରଣକୁ ବିରୋଧ କରୁଥିବା ଦାବି) ଏବଂ ୫୦୫ (ଏ) ଅନୁଯାୟୀ ଏକ ପ୍ରିମା ଫେସ ମାମଲା ରୁଜୁ ହୋଇଛି। ଭାରତୀୟ ଦଣ୍ଡ ସଂହିତା (ଜନସାଧାରଣଙ୍କୁ ଉତ୍ତେଜିତ କରୁଥିବା ବିବୃତ୍ତି) ଅନୁଯାୟୀ ଏକ ଅପରାଧ ପାଇଁ ମାମଲା ପଞ୍ଜିକୃତ ହୋଇଥିଲା। ଅବଶ୍ୟ, ଦେଶଦ୍ରୋହ ମାମଲା ଗଠନ କରାଯାଇଥିଲେ ମଧ୍ୟ ଲେଫ୍ଟନାଣ୍ଟ ଗଭର୍ଣ୍ଣର ତାଙ୍କୁ ଆଇପିସିର ଧାରା ୧୨୪ ଏ (ଦେଶଦ୍ରୋହ) ଅନୁଯାୟୀ ମକଦ୍ଦମା ଦାୟର କରିବାକୁ ଅନୁମତି ଦେଇନାହାଁନ୍ତି, କାରଣ ମେ ୨୦୨୨ ରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଦେଶଦ୍ରୋହ ଅଭିଯୋଗରେ ସମସ୍ତ ବିଚାରାଧୀନ ଶୁଣାଣି ଏବଂ ପ୍ରକ୍ରିୟା ସ୍ଥଗିତ ରଖାଯାଉ।

 

Share