Categories: ଜାତୀୟ

ରାଜଧାନୀରେ ହେବ ଶପିଙ୍ଗ ଫେଷ୍ଟିଭାଲ: କେଜରିୱାଲ

ନୂଆଦିଲ୍ଲୀ,୬ ।୭: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଘୋଷଣା କରିଛନ୍ତି କି ରାଜଧାନୀରେ ଶପିଙ୍ଗ ଫେଷ୍ଟିଭାଲର ଆୟୋଜନ କରାଯିବ । ଏହା ୨୮ ଜାନୁୟାରୀରୁ ୨୬ ଫେବୃୟାରୀ ୨୦୨୩ରେ ୩୦ ଦିନ ପାଇଁ ଆୟୋଜନ କରାଯିବ । ଏହା ଦେଶର ସବୁଠାରୁ ବଡ ଶପିଙ୍ଗ ଫେଷ୍ଟିଭାଲ ହେବ । ଏବେ ଏହାକୁ ଆରମ୍ଭ କରିବାର ଯୋଜନା ପ୍ରସ୍ତୁତ କରାଯାଉଛି । ଏହା କିଛି ବର୍ଷ ଭିତରେ ବିଶ୍ୱର ସବୁଠାରୁ ବଡ ଶପିଙ୍ଗ ଫେଷ୍ଟିଭାଲ ହେବ ବୋଲି କେଜରିୱାଲ କହିଛନ୍ତି ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି, ଦିଲ୍ଲୀ ଓ ଏହାର ସଂସ୍କୃତିର ଅନୁଭବ କରିବାକୁ ଦେଶ ତଥା ବିଶ୍ୱର ବିଭିନ୍ନ ଦେଶର ଲୋକଙ୍କୁ ଆମନ୍ତ୍ରଣ କରାଯିବ । ଏହା କ୍ରୟ-ବିକ୍ରୟର ଏକ ସ୍ୱତନ୍ତ୍ର ଅନୁଭବ ଆଣିଦେବ । ଏଥିରେ ରିହାତିର ବି ସ୍ୱତନ୍ତ୍ର ସୁବିଧା ମିଳିବ । ଏଥିପାଇଁ ସମ୍ବୂର୍ଣ୍ଣ ଦିଲ୍ଲୀକୁ ସଜାଯିବ, ପ୍ରଦର୍ଶନୀ ବି ଆୟୋଜିତ କରାଯିବ । କିଛି ବର୍ଷ ଭିତରେ ଏହା ବିଶ୍ୱର ସବୁଠାରୁବଡ ଶପିଙ୍ଗ ଭେଷ୍ଟିଭାଲରେ ପରିଣତ ହେବ ।
ଆମ ଆଦମୀ ପାର୍ଟି(ଏଏପି) ର ସଂଯୋଜକ କହିଛନ୍ତି, ଖେଳ, ମନୋରଞ୍ଜନ, ଅଧ୍ୟାତ୍ମିକ, ଟେକନିକ ଆଧାରିତ ପ୍ରଦର୍ଶନୀ ଲାଗିବ । ଏଥିପାଇଁ ସାରା ବିଶ୍ୱରୁ କଳାକାରଙ୍କୁ ନିମନ୍ତ୍ରଣ କରାଯିବ । ଏହି ସମୟରେ ଦିଲ୍ଲୀ ଖାଦ୍ୟର ସ୍ୱାଦବି ମିଳିଯିବ ।

Share