Categories: ଜାତୀୟ

ବନ୍ୟା ପ୍ରଭାବିତ ଅଞ୍ଚଳରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୩।୭: ରାଜଧାନୀ ଦିଲ୍ଲୀରେ ଯମୁନାର ଜଳସ୍ତର ବେଳକୁ ବେଳ ବଢିବାରେ ଲାଗିଛି। ସେଥିପାଇଁ ନଦୀ ନିକଟରେ ଥିବା ଅଞ୍ଚଳରେ ପାଣି ପଶିବାରେ ଲାଗିଛି। ଦିଲ୍ଲୀ ସରକାର ଏବେ କେନ୍ଦ୍ର ସରକାରଙ୍କ ସହଯୋଗରେ ଉଦ୍ଧାର କାର୍ଯ୍ୟରେ ଲାଗିପଡିଥିବା ବେଳେ ତଳିଆ ଅଞ୍ଚଳରୁ ଲୋକଙ୍କୁ ଉଚ୍ଚ ସ୍ଥାନକୁ ପଠାଇ ଦିଆଯାଉଛି।

ଇତିମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଗୁରୁବାର ବନ୍ୟା ପ୍ରଭାବିତ ସମସ୍ତ ଅଞ୍ଚଳର ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ କରି ଏହି ସୂଚନା ଦେଇଛନ୍ତି।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୁରୁବାର ୱାଜିରାବାଦ ଜଳ ବିଶୋଧନ କାରଖାନା ପରିଦର୍ଶନ କରିବେ। ସୂଚନାଯୋଗ୍ୟ, ବନ୍ୟା ଯୋଗୁଁ କାରଖାନା ବନ୍ଦ ହୋଇଯାଇଛି। ଅନ୍ୟପକ୍ଷରେ, ହାଥିନି କୁଣ୍ଡ ବ୍ୟାରେଜରୁ ଗୁରୁବାର ସକାଳ ୭ ଟା (୨୪ ଘଣ୍ଟା) ପର୍ଯ୍ୟନ୍ତ ଦିଲ୍ଲୀ ଆଡକୁ ପାଣି ପଠାଯାଇଥିଲା। ସୂଚନା ଅନୁଯାୟୀ, ଗତକାଲି ସକାଳ ୭ ଟାରେ ୧ ଲକ୍ଷ ୯୦ ହଜାର କ୍ୟୁସେକ ପାଣି ଡାଇଭର୍ଟ କରାଯାଇଥିଲା।
ବୁଧବାର ସକାଳ ୮ଟାରେ ୧ ଲକ୍ଷ ୭୨ହଜାର କ୍ୟୁସେକ ଜଳକୁ ଡାଇଭର୍ଟ କରାଯାଇଥିଲା । ଏହା ପରେ, ବୁଧବାର ସକାଳ ୯ଟା ଏବଂ ୧୦ ଟା ସମୟରେ ୧ଲକ୍ଷ ୪୪ହଜାର କ୍ୟୁସକ ଜଳ ନିଷ୍କାସନ କରାଯାଇଥିଲା। ଅନ୍ୟପକ୍ଷରେ ବୁଧବାର ସକାଳ ୧୧ଟା ଏବଂ ଦ୍ୱିପ୍ରହରରେ ୧ଲକ୍ଷ ୩୬ ହଜାର କ୍ୟୁସେକ ଜଳ ନିଷ୍କାସନ କରାଯାଇଥିଲା। ବୁଧବାର ଅପରାହ୍ନ ୨ ଟାରେ ୧ ଲକ୍ଷ ୩୦ ହଜାର ୪୦୦କ୍ୟୁସେକ ପାଣି ବିସର୍ଜନ କରାଯାଇଥିଲା । ବର୍ତ୍ତମାନ ଯମୁନାର ଜଳ ସ୍ତର୨୦୮.୫୧ ରେ ପହଞ୍ଚିଛି।

Share