Categories: ଜାତୀୟ

ମୋଦିଙ୍କୁ ଟାର୍ଗେଟ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୦।୮: ଉଭୟ ରାଜ୍ୟ ସଭା ଓ ଲୋକ ସଭାରେ ଦିଲ୍ଲୀ ଅଧ୍ୟାଦେଶ ବିଲ ପାସ ହେବା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ ତାଙ୍କ ଟୁଇଟରେ କହିଛନ୍ତି, ‘ମୁଁ ପୂର୍ବରୁ କହିଥିଲି ଯେ ପ୍ରଧାନମନ୍ତ୍ରୀ ଦେଶର ସର୍ବୋଚ୍ଚ ନ୍ୟାୟାଳୟକୁ ମଧ୍ୟ ଗ୍ରହଣ କରନ୍ତି ନାହିଁ। ତାଙ୍କର ସଙ୍କେତ ସ୍ପଷ୍ଟ ହୋଇଛି। ସୁପ୍ରିମକୋର୍ଟଙ୍କ ଯାହା ଆଦେଶ ସେମାନେ ପସନ୍ଦ କରନ୍ତି ନାହିଁ, ସେମାନେ ପାର୍ଲାମେଣ୍ଟରେ ଏକ ଆଇନ ଆଣି ଏହାକୁ ପରିବର୍ତ୍ତନ କରିଦିଅନ୍ତି। ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୋଲାଖୋଲି ଭାବେ ସୁପ୍ରିମକୋର୍ଟଙ୍କୁ ଗ୍ରହଣ କରନ୍ତି ନାହିଁ, ତେବେ ଏହା ଅତ୍ୟନ୍ତ ବିପଜ୍ଜନକ ପରିସ୍ଥିତି ବୋଲି କେଜରିଓ୍ବାଲ କହିଛନ୍ତି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଅନୁଯାୟୀ, ‘ସୁପ୍ରିମକୋର୍ଟ ଏକ ନିରପେକ୍ଷ କମିଟି ଗଠନ ବିଷୟରେ କହିଥିଲେ, ଯାହା ନିରପେକ୍ଷ ନିର୍ବାଚନ କମିଶନର ଚୟନ କରିବ, କିନ୍ତୁ ସୁପ୍ରିମକୋର୍ଟଙ୍କ ଆଦେଶ ବଦଳାଇ ମୋଦି ଜୀ ଏପରି ଏକ କମିଟି ଗଠନ କରିଥିଲେ ଯାହା ତାଙ୍କ ଅଧୀନରେ ରହିବ। ବର୍ତ୍ତମାନ ସେ ନିର୍ବାଚନ କମିଶନର ଭାବେ ନିଜ ପସନ୍ଦର ବ୍ୟକ୍ତିଙ୍କୁ ପ୍ରସ୍ତୁତ କରିବାକୁ ସକ୍ଷମ ହେବେ। ପ୍ରଧାନମନ୍ତ୍ରୀଙ୍କ ଏହି ଷ୍ଟାଣ୍ଡ ଦ୍ୱାରା ନିର୍ବାଚନର ନିରପେକ୍ଷତା ପ୍ରଭାବିତ ହେବ। ଗୋଟିଏ ପରେ ଗୋଟିଏ ନିଷ୍ପତ୍ତି ନେଇ ପ୍ରଧାନମନ୍ତ୍ରୀ ଭାରତୀୟ ଗଣତନ୍ତ୍ରକୁ ଦୁର୍ବଳ କରୁଛନ୍ତି ବୋଲଇ ସେ କହିଛନ୍ତି।
ଅରବିନ୍ଦ କେଜରିିୱାଲ ତାଙ୍କ ଟୁଇଟରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରସ୍ତାବିତ ନିର୍ବାଚନ କମିଶନର ଚୟନ କମିଟିରେ ଭାଜପାର ଦୁଇଜଣ ଏବଂ କଂଗ୍ରେସରୁ ଜଣେ ସଦସ୍ୟ ରହିବେ। ଏଥିରୁ ସ୍ପଷ୍ଟ ଯେ ନିର୍ବାଚନ କମିଶନରମାନେ ନିର୍ବାଚିତ ହେବେ ଭାଜପା ପ୍ରତି ବିଶ୍ୱସ୍ତ ରହିବେ।

Share