Categories: ଜାତୀୟ

ପ୍ରଧାନମନ୍ତ୍ରୀଙ୍କୁ ହାତ ଯୋଡି ନିବେଦନ କଲେ କେଜ୍‌ରିୱାଲ

ନୂଆଦିଲ୍ଲୀ,୧୧।୩: ପଞ୍ଜାବରେ ବିରାଟ ବିଜୟ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ସୁପ୍ରିମୋ ଅରବିନ୍ଦ କେଜ୍‌ରିୱାଲ ଶୁକ୍ରବାର ଭାରତୀୟ ଜନତା ପାର୍ଟି (ଭାଜପା)କୁ ଟାର୍ଗେଟ କରିଛନ୍ତି। ଦିଲ୍ଲୀରେ ନିର୍ବାଚନ ଆୟୋଗ ଦ୍ୱାରା ମ୍ୟୁନିସିପାଲିଟି ନିର୍ବାଚନକୁ ସ୍ଥଗିତ ରଖିବା ଏବଂ ଏହା ପଛରେ ଦିଆଯାଇଥିବା ଯୁକ୍ତି ଉପରେ କେଜ୍‌ରିୱାଲ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଗଣତନ୍ତ୍ର ପାଇଁ ଏହା ଭଲ ନୁହେଁ। ପରାଜୟ ଭୟରେ ଭାଜପା ନିର୍ବାଚନକୁ ସ୍ଥଗିତ ରଖିଛି ବୋଲି ସେ ଅଭିଯୋଗ କରିଛନ୍ତି। କେଜ୍‌ରିୱାଲ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି। ନିର୍ବାଚନକୁ ସ୍ଥଗିତ ରଖିବାକୁ କିମ୍ବା ବାତିଲ କରିବାକୁ ନିର୍ବାଚନ ଆୟୋଗକୁ କିପରି ନିର୍ଦ୍ଦେଶ ଦିଆଯାଇପାରିବ ବୋଲି ପ୍ରଶ୍ନ କରିଛନ୍ତି। ଏପରି ବ୍ୟବସ୍ଥା କେଉଁଠାରେ ଅଛି? ନିର୍ବାଚନ ଆୟୋଗର ଭାଜପା ଚାପରେ ପଡ଼ି ନିର୍ବାଚନ ଘୁଞ୍ଚାଇଥିବା ସେ କହିଛନ୍ତି। ନିର୍ବାଚନ ନ ଘୁଞ୍ଚାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହାତ ଯୋଡି ନିବେଦନ କରିଛନ୍ତି କେଜ୍‌ରିୱାଲ।
ସୂଚନାଯୋଗ୍ୟ, ଦିଲ୍ଲୀରେ ମ୍ୟୁନିସିପାଲିଟି ନିର୍ବାଚନ ଅନୁଷ୍ଠିତ ହେବ। ରାଜ୍ୟ ନିର୍ବାଚନ ଆୟୋଗ ମାର୍ଚ୍ଚ ୯ ସକାଳେ ଏକ ପ୍ରେସ ନିମନ୍ତ୍ରଣ ପତ୍ର ଜାରି କରି ସେଦିନ ସନ୍ଧ୍ୟା ୫ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବାର ଥିଲା। କିନ୍ତୁ ଅପରାହ୍ନ ୪ଟାରେ କେନ୍ଦ୍ର ନିର୍ବାଚନ ଆୟୋଗଙ୍କୁ ଏକ ଚିଠି ଲେଖିଥିଲେ ଯେ ଆମେ ଦିଲ୍ଲୀର ତିନିଟି ନିଗମକୁ ଏକଜୁଟ କରିବାକୁ ଚାହୁଁଛୁ, ତେଣୁ ଆଜି ନିର୍ବାଚନକୁ ସ୍ଥଗିତ ରଖନ୍ତୁ।
କେଜ୍‌ରିୱାଲ ଅଭିଯୋଗ କରିଛନ୍ତି, ଏହା ପରେ ନିର୍ବାଚନ ଆୟୋଗ ଏମସିଡି ନିର୍ବାଚନକୁ ସ୍ଥଗିତ ରଖିବାକୁ ଘୋଷଣା କରିଛନ୍ତି। ବୋଧହୁଏ ୭୫ ବର୍ଷର ଇତିହାସରେ ଏହା ପ୍ରଥମ ଥର ପାଇଁ କେନ୍ଦ୍ର ସରକାର ଏକ ରାଜ୍ୟର ନିର୍ବାଚନ ଆୟୋଗକୁ ନିର୍ବାଚନକୁ ସ୍ଥଗିତ ରଖିବାକୁ ସିଧାସଳଖ କହିଛନ୍ତି।

Share