ନୂଆଦିଲ୍ଲୀ,୧।୫: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ସରକାରୀ ବାସଭବନର ନବୀକରଣ ପାଇଁ ୪୫ କୋଟି ଖର୍ଚ୍ଚ ହୋଇଛି। ଯାହାକୁ ନେଇ ଏବେ ଭାଜପା କେଜ୍ରିଓ୍ବାଲଙ୍କୁ ଟାର୍ଗଟ କରିଛି। ବରିଷ୍ଠ ଭାଜପା ନେତା ବିଜୟ ଗୋଏଲ କହିଛନ୍ତି, ଯେଉଁ ବ୍ୟକ୍ତି କହୁଥିଲେ ଯେ, ସେ ବଡ ବଙ୍ଗଳା କିଣିବେ ନାହିଁ, ସେ ତାଙ୍କ ବାସଭବନର ନବୀକରଣରେ ୪୫ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି।
ସେ ଆହୁରି କହିଛନ୍ତ, ଏଭଳି ବ୍ୟକ୍ତି ତୁରନ୍ତ ଏହି ପଦରୁ ଇସ୍ତଫା ଦେବା ଉଚିତ୍। ଆମେ ଦାବି କରୁଛୁ ଯେ, ଅରବିନ୍ଦ କେଜ୍ରିଓ୍ବାଲ ତାଙ୍କ ବାସଭବନ ଜନସାଧାରଣଙ୍କୁ ଦେଖାଇବା ଉଚିତ୍, ଯାହା ଦ୍ୱାରା ସେମାନେ ମଧ୍ୟ କେଜ୍ରିଓ୍ବାଲଙ୍କ ରାଜମହଲ କିପରି ଦେଖିପାରିବେ। ଅନ୍ୟପକ୍ଷରେ ଦିଲ୍ଲୀର ଭାଜପାର ବରିଷ୍ଠ ନେତା ହର୍ଷ ବର୍ଦ୍ଧନ କହିଛନ୍ତ, ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ୪୫ କୋଟି ଟଙ୍କା ଖର୍ଚ୍ଚ କରିବା ଏକ ବଡ କଥା, ଏହାର ଅନୁସନ୍ଧାନ କରାଯିବା ଉଚିତ୍ ଏବଂ ଏକ ମାମଲା ମଧ୍ୟ ପଞ୍ଜୀକୃତ ହେବା ଉଚିତ୍।
କେଜରିିୱାଲଙ୍କ ବାସଭବନର ନବୀକରଣରେ ହୋଇଥିବା ଅନିୟମିତତା ସମ୍ପର୍କିତ ଗଣମାଧ୍ୟମର ରିପୋର୍ଟ ପ୍ରକାଶ ପାଇବା ପରେ ଉପରାଜ୍ୟପାଳ ମୁଖ୍ୟ ସଚିବଙ୍କୁ ୧୫ ଦିନ ମଧ୍ୟରେ ଏକ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ଖର୍ଚ୍ଚ ହୋଇଥିବା ୪୫ କୋଟିର ହିସାବ ଉପରାଜ୍ୟପାଳ ମାଗିଛନ୍ତି।