Categories: ଜାତୀୟ

ମୋତେ ଗିରଫ କରାଗଲେ ବି ଦିଲ୍ଳୀରେ ଏଏପି ହିଁ ଜିତିବ ନିର୍ବାଚନ: କେଜ୍‌ରିଓ୍ବାଲଙ୍କ ଦାବି

ନୂଆଦିଲ୍ଲୀ,୧୮।୧୧: ଦିଲ୍ଲୀରେ ହେବାକୁ ଥିବା ଲୋକ ସଭା ନିର୍ବାଚନରେ ଆମ ଆଦମୀ ପାର୍ଟି (ଏଏପି)ଜିତିବ। ଏଭଳି ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ। ଶୁକ୍ରବାର କହିଛନ୍ତି ଯେ ତାଙ୍କ ଦଳ । ଯଦିଓ ମୋତେ ଗିରଫ କରାଯାଏ, ତେବେ ଦିଲ୍ଲୀରେ ଏଏପି ହିଁ ଜିତିବ। ସେ କହିଛନ୍ତି, ଲୋକ ସଭା ନିର୍ବାଚନ ପାଇଁ ଆମ ଆଦମୀ ପାର୍ଟିର ଅଭିଯାନକୁ ଖଣ୍ଡନ କରିବା ପାଇଁ ଶାସକ ଭାରତୀୟ ଜନତା ପାର୍ଟି ତାଙ୍କୁ ଗିରଫ କରିବାକୁ ଯୋଜନା କରିଛି। ବିଭିନ୍ନ ଆଞ୍ଚଳିକ ଦଳର ନେତାମାନଙ୍କୁ ମଧ୍ୟ ଟାର୍ଗେଟ୍‌ କରିବେ ବୋଲି ସେ କହିଛନ୍ତି।

କେଜ୍‌ରିଓ୍ବାଲ ଏଏପି କର୍ମୀଙ୍କୁ ଜାତୀୟ ରାଜଧାନୀର ପ୍ରତ୍ୟେକ ଘର ପରିଦର୍ଶନ କରିବାକୁ ଏବଂ ଭାଜପାରର ଷଡଯନ୍ତ୍ର ବିଷୟରେ ଲୋକଙ୍କୁ ଜଣାଇବାକୁ କହିଛନ୍ତି। ୨୦୨୪ ଲୋକ ସଭା ନିର୍ବାଚନରେ ଭାଜପା ଏଠାରେ ଗୋଟିଏ ଆସନ ପାଇବ ନାହିଁ ବୋଲି ସେ ଦଳର କର୍ମୀଙ୍କୁ ମଧ୍ୟ କହିଛନ୍ତି।

Share