Categories: ଜାତୀୟ

କେଜରିଓ୍ବାଲଙ୍କୁ ଜାମିନ ମିଳିବା ନେଇ ଶାହାଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୧୦।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ମିଳିଛି ଜାମିନ। ଦିଲ୍ଲୀ ଅବକାରୀ ଦୂର୍ନୀତି ମାମଲାରେ କେଜରିଓ୍ବାଲଙ୍କୁ ସୁପ୍ରିମକୋର୍ଟରୁ ଆନ୍ତରୀଣ ଜାମିନ ମିଳିଛି। ତେବେ ଏହାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି।

ଶାହା କହିଛନ୍ତି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ଆମ ଆଦମୀ ପାର୍ଟି ମୁଖ୍ୟ କେଜରିଓ୍ବାଲ ଲୋକ ସଭା ନିର୍ବାଚନ ପାଇଁ ପ୍ରଚାର ତ କରିବେ ହେଲେ ଜନତାଙ୍କୁ ତାଙ୍କର ଅବକାରୀ ଦୂର୍ନୀତି ମନେ ରହିବ। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଶାହ ଆହୁରି କହିଛନ୍ତି, କେଜରିଓ୍ବାଲ ଆନ୍ତରୀଣ ଜାମିନରେ ଅଛନ୍ତି। ତାଙ୍କୁ ଜୁନ ୧ରେ ପୁଣି କୋର୍ଟଙ୍କ ସାମ୍ନାରେ ଆତ୍ମ ସମର୍ପଣ କରିବାକୁ ପଡିବ। ସେ ଏହି ସମୟରେ ନିର୍ବାଚନୀ ପ୍ରଚାର ତ କରି ପାରିବେ ହେଲେ ସେ ଯେଉଁ ଯେଉଁ ସ୍ଥାନରେ ପ୍ରଚାର କରିବେ ଲୋକେ ନିହାତି ଭାବେ ଅବକାରୀ ଦୂର୍ନୀତିକୁ ମନେ ପକାଇବେ।

Share