Categories: ଜାତୀୟ

ଜେଲ୍‌ରେ ଏହିମାନଙ୍କୁ ଭେଟିପାରିବେ କେଜ୍‌ରିଓ୍ବାଲ, ପ୍ରଶାସନକୁ ଦେଲେ ଲିଷ୍ଟ

ନୂଆଦିଲ୍ଲୀ,୧।୪: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ତିହାର ଜେଲ୍‌ରେ ଭେଟିବାକୁ ଥିବା ଲୋକଙ୍କ ତାଲିକା ପ୍ରଶାସନଠାରେ ଦାଖଲ କରିଛନ୍ତି। ସୂଚନାନୁସାରେ, କେଜ୍‌ରିଓ୍ବାଲ ୬ଜଣ ବିଶେଷ ବ୍ୟକ୍ତିଙ୍କ ନାମ ପ୍ରଶାସନକୁ ଦେଇଛନ୍ତି, ଯେଉଁମାନେ ତାଙ୍କୁ ତିହାର ଜେଲରେ ଭେଟି ପାରିବେ। ତିହାର ଜେଲ୍‌ ସୂତ୍ର ଅନୁଯାୟୀ, କେଜ୍‌ରିଓ୍ବାଲ ପରିବାର ସଦସ୍ୟଙ୍କ ବ୍ୟତୀତ ତିନୋଟି ନାମ ଦେଇଛନ୍ତି। ଜେଲ ନିୟମ ଅନୁଯାୟୀ ସମୁଦାୟ ୧୦ ଜଣଙ୍କ ନାମ ଦିଆଯାଇପାରିବ, କିନ୍ତୁ ବର୍ତ୍ତମାନ ସିଏମ କେଜ୍‌ରିଓ୍ବାଲ ମାତ୍ର ୬ ଜଣଙ୍କ ନାମ ଦେଇଛନ୍ତି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ତିହାର ଜେଲ୍‌କୁ ପଠାଯାଇଛି। ସେ ତିହାର ଜେଲ୍‌ ପ୍ରଶାସନରେ ଦାଖଲ କରିଥିବା ଲୋକଙ୍କ ତାଲିକାରେ ତାଙ୍କ ପତ୍ନୀ ସୁନୀତା କେଜ୍‌ରିଓ୍ବାଲ , ତାଙ୍କ ପୁଅ ଓ ଝିଅଙ୍କ ବ୍ୟତୀତ ଅନ୍ୟ କିଛି ନାମ ଦିଆଯାଇଛି। ସେଥିରେ ନେତା ସନ୍ଦୀପ ପାଠକ, ବନ୍ଧୁ ବିଭବ, ଅନ୍ୟ ଜଣେ ସାଙ୍ଗ ଅଛନ୍ତି।

Share