Categories: ଜାତୀୟ

ଦିଲ୍ଲୀ, ପଞ୍ଜାବ ଅପେକ୍ଷା ଗୁଜରାଟରେ ଅଧିକ ସୁବିଧା ଦେବାକୁ କଥା ଦେଲା ଏଏପି

ନୂଆଦିଲ୍ଲୀ,୭ ।୮: ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଏଏପି)ର ସଂଯୋଜକ ଅରବିନ୍ଦ କେଜରିୱାଲ ରବିବାର ବଡୋଦରା ପହଞ୍ଚିଛନ୍ତି । ସେଠାରେ ସେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ସେ କେନ୍ଦ୍ରର ମୋଦି ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ଏହାସହ ଦିଲ୍ଲୀ ଓ ପଞ୍ଜାବ ଅପେକ୍ଷା ଗୁଜରାଟରେ ଦଳ ଜନତାଙ୍କୁ ଆହୁରି ଅନେକ ସୁବିଧା ଯୋଗାଇ ଦେବ ବୋଲି କଥା ଦେଇଛନ୍ତି । ସେ କହିଛନ୍ତି ଦିଲ୍ଲୀରେ ସେ ଯେମିତି ଯୁବକଙ୍କୁ ରୋଜଗାର ଯୋଗାଇ ଦେଇଛନ୍ତି ଗୁଜରାଟରେ ବି ସେମତି ବେକାର ଯୁବକଙ୍କୁ ରୋଜଗାର ଯୋଗାଇ ଦେବେ । ଯେବେ ପର୍ଯ୍ୟନ୍ତ ରୋଜଗାର ଯୋଗାଇ ଦେଇ ନାହାନ୍ତି, ସେପର୍ଯ୍ୟନ୍ତ ସମସ୍ତ ବେକାର ଯୁବକଙ୍କୁ ମାସିକ ୩,୦୦୦ଟଙ୍କା ଭତ୍ତା ଦେବେ । ୧୦ ଲକ୍ଷ ସରକାରୀ ଚାକିରି ଦେବେ । ପେପର ଲିକ୍ ବିରୋଧରେ କଠୋର ଆଇନ ଆଣିବେ ।
ପଞ୍ଜାବରେ ଏବେ ଅଧିକାଂଶ ପରିବାରର ବିଜୁଳି ବିଲ୍ ଜିରୋ ଆସୁଛି । ସେମିତି ଗୁଜରାଟରେ ଯଦି ତାଙ୍କୁ ସୁଯୋଗ ମିଳେ ଏହାବି ଅସମ୍ଭବ ନୁହେଁ ଯେ ଅଧିକାଂଶ ପରିବାରର ବିଜୁଳି ବିଲ ଜିରୋ ଆସିବ ।

Share