Categories: ଜାତୀୟ

ଗୋଆ ବିଧାନସଭା ନିର୍ବାଚନ: ଭାଜପା ତାଲିକାରେ ନାହିଁ ଉତ୍ପଳ ପାରିକରଙ୍କ ନାଁ, ଏଏପିକୁ କେଜରିୱାଲଙ୍କ ନିମନ୍ତ୍ରଣ

ପଣଜି,୨୦ ।୧: ଗୋଆ ବିଧାନସଭା ଲାଗି ଭାରତୀୟ ଜନତା ପାର୍ଟି(ଭାଜପା) ପ୍ରଥମ ପର୍ଯ୍ୟାୟରେ ୩୪ ଜଣ ପ୍ରାର୍ଥୀଙ୍କର ତାଲିକା ଘୋଷଣା କରିଛି । ହେଲେ ସେଥିରେ ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ମନୋହର ପାରିକରଙ୍କ ପୁଅ ଉତ୍ପଳ ପାରିକରଙ୍କ ନାଁ ନ ଥିବାରୁ ଏବେ ଏହା ଆଲୋଚନାର ବିଷୟ ହୋଇଛି । କିନ୍ତୁ ଭାଜପା କହିଛି ତାଙ୍କ ସହ କଥାବାର୍ତ୍ତା ଚାଲିଛି । ଏପଟେ ଆମ ଆଦମୀ ପାର୍ଟି(ଏଏପି)ର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଉତ୍ପଳ ପାରିକରଙ୍କୁ ଏଏପିରୁ ଟିକେଟ ନେଇ ନିର୍ବାଚନ ଲଢିବାକୁ ନିମନ୍ତ୍ରଣ କରିଛନ୍ତି ।
ଟୁଇଟ୍ କରି କେଜରିୱାଲ ଲେଖିଛନ୍ତି ଲୋକେ ଏହା ଭାବି ଦୁଃଖ ପ୍ରକାଶ କରୁଛନ୍ତି କି ଭାଜପାର ବ୍ୟବହାର କର ଓ ଫୋପାଡିଦିଅ ନିତୀ ପାରିକର ପରିବାର ସହ ମଧ୍ୟ ଘଟିଲା । ମୁଁ ସର୍ବଦା ମନୋହର ପାରିକରଙ୍କୁ ସମ୍ମାନ କରେ । ତେଣୁ ଉତ୍ପଳ ଏଏପିରେ ଯୋଗ ଦିଅନ୍ତୁ ଓ ଟିକେଟ ନେଇ ନିର୍ବାଚନ ଲଢନ୍ତୁ ।
ଗୋଆର ୪୦ ସଦସ୍ୟ ବିଶିଷ୍ଟ ବିଧାନସଭା ନିର୍ବାଚନ ଲାଗି ଫେବୃୟାରୀ ୧୪ରେ ନିର୍ବାଚନ କରାଯିବ । ଭାଜପା ପ୍ରଥମ ତାଲିକାରେ ୩୪ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କୁ ସୌକଲିମରୁ ପ୍ରାର୍ଥୀ କରାଯାଇଛି ।

Share