Categories: ଜାତୀୟ

‘ପଞ୍ଜାବ ପାଇଁ ଅରବିନ୍ଦ କେଜରିଓ୍ବାଲ କରୋନା’

ମୋରିଣ୍ଡା,୪।୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ପଞ୍ଜାବ ପାଇଁ କରୋନା। ଆମକୁ ବାହାରୁ ଆସୁଥିବା ରୋଗକୁ ଗ୍ରହଣ କରିବା ଉଚିତ ନୁହେଁ ବୋଲି କହିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂ ଚନ୍ନି।

ପଞ୍ଜାବର ମୋରିଣ୍ଡାଠାରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ସମ୍ବୋଧିତ କରି ଚରଣଜିତ୍‌ କହିଛନ୍ତି, ମୁଁ ସକାଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସହ ଫୋନ୍‌ରେ କଥା ହୋଇ ତାଙ୍କ ସ୍ବାସ୍ଥାବସ୍ଥା ବିଷୟରେ ପଚାରି ବୁଝିଥିଲି। ମୁଁ ପ୍ରାର୍ଥନା କରୁଛି ସେ ଶୀଘ୍ର ସୁସ୍ଥ ହୋଇ ଯାଆନ୍ତୁ। ହେଲେ କେଜରିଓ୍ବାଲ ବାହାରୁ ଆସି ପଞ୍ଜାବକୁ ଶାସନ କରିବାକୁ ଚାହୁଁଛନ୍ତି। ପଞ୍ଜାବ ପାଇଁ ସେ କରୋନା।ଆମକୁ ଏମିତି କରୋନା ନେବା ଉଚିତ ନୁହେଁ, ଯିଏ ବାହାରୁ ଆସି ଆମକୁ ହୋଇଯିବ।

ପ୍ରକାଶ ଯେ, ପଞ୍ଜାବ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହାକୁ ଦଖଲ କରିବାକୁ ସମସ୍ତ ଦଳ ନିଜ ନିଜ ରଣନୀତି ପ୍ରସ୍ତୁତ କରିସାରିଛନ୍ତି। ବିଶେଷକରି ଏଏପି ନିଜର ପ୍ରାର୍ଥୀ ଘୋଷଣା କରିବା ଯୋଜନା କରିସାରିଥିବା କୁହାଯାଉଛି। ଆଗୁଆ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରି ବିରୋଧୀଙ୍କୁ ଚେକ୍‌ ଦେବାକୁ କେଜରିଓ୍ବାଲ ରଣନୀତି ପ୍ରସ୍ତୁତ କରିଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି।

Share