Categories: ଜାତୀୟ

ପ୍ରଦୂଷଣ ରୋକିବାକୁ କେଜରିୱାଲଙ୍କ ନୂଆ ଆପ୍ ‘ଗ୍ରୀନ୍ ଦିଲ୍ଲୀ’

ନୂଆଦିଲ୍ଲୀ,୨୯ ।୧୦: ରାଜଧାନୀ ଦିଲ୍ଲୀରେ ବଢି ଚାଲିଛି ପ୍ରଦୂଷଣ । ଏହାକୁ ରୋକିବାକୁ ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଆଉ ଏକ ନୂଆ ପଦକ୍ଷେପ ନେଇଛନ୍ତି । ଗୁରୁବାର କେଜରିୱାଲ ‘ଗ୍ରୀନ୍ ଦିଲ୍ଲୀ’ ଆପ୍ ଲଞ୍ଚ କରିଛନ୍ତି । ଏହି ଆପ୍ ମାଧ୍ୟମରେ ଦିଲ୍ଲୀର ଯେ କୌଣସି ଅଞ୍ଚଳରେ ହେଉଥିବା ପ୍ରଦୂଷଣ ସମ୍ପର୍କରେ ସୂଚନା ଦେଇହେବ । ଏହାପରେ ସରକାରଙ୍କ ପକ୍ଷରୁ ଏହାର ସମାଧାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଗୁରୁବାର ମୁଖ୍ୟମନ୍ତ୍ରୀ କେଜରିୱାଲ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରି ଏହି ‘ଗ୍ରୀନ୍ ଦିଲ୍ଲୀ’ ଆପ୍ ସମ୍ପର୍କରେ ସୂଚନା ଦେଇଛନ୍ତି । ଏହା ଏବେ ସମସ୍ତ ଆଣ୍ଡ୍ରଏଡ୍ ଫୋନରେ ଡାଉନ୍‌ଲୋଡ କରାଯାଇ ପାରିବ । ଏଥିରେ ଦିଲ୍ଲୀର ସମସ୍ତ ନାଗରିକଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଥିବା ସେ ପ୍ରକାଶ କରିଛନ୍ତି । ଏହି ଆପ୍ ମାଧ୍ୟମରେ ଜଣେ ବ୍ୟକ୍ତି ଯେଉଁ ଅଞ୍ଚଳରେ ଅଯଥା ଅଳିଆ ଜମା କରାଯାଉଛି, ପୋଡା ଯାଉଛି ବୋଲି ଅଭିଯୋଗ କରୁଛନ୍ତି ସେମାନେ ଏହାର ଭିଡିଓ, ଅଡିଓ ଅବା ଫଟୋ ଜରିଆରେ ଜଣାଇପାରିବେ । ଏହାପରେ ସରକାରଙ୍କ ପକ୍ଷରୁ ଏହାର ସମାଧାନ କରାଯିବ ।

Share