Categories: ଜାତୀୟ

ଏମକେ ଷ୍ଟାଲିନଙ୍କୁ ଭେଟିଲେ କେଜରିଓ୍ବାଲ, କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ମାଗିଲେ ସମର୍ଥନ

ନୂଆଦିଲ୍ଲୀ,୧।୬: କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ବିରୋଧୀଙ୍କୁ ଏକଜୁଟ କରିବାରେ ଲାଗି ପଡିଛନ୍ତି। ଇତି ମଧ୍ୟରେ କେଜରିଓ୍ବାଲ ଗୁରୁବାର ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କୁ ତାଙ୍କ ଘରେ ଚେନ୍ନାଇରେ ସାକ୍ଷାତ୍‌ କରିଛନ୍ତି। ଏହି ସମୟରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ, ଆମ ଆଦମୀ ପାର୍ଟି(ଏଏପି) ଏମପି ସଞ୍ଜୟ ସିଂ, ଏଏପି ନେତା ରାଘବ ଚଢା ଓ ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା ଆତିଶି ବି ଉପସ୍ଥିତ ଥିଲେ।

ଏଏପିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲ କ୍ରମାଗତ ଭାବରେ ଏହି ନିୟମକୁ ସମ୍ବିଧାନ ବିରୁଦ୍ଧରେ ବୋଲି କହୁଛନ୍ତି। ସେ ବୁଧବାର ଟୁଇଟ କରି କହିଛନ୍ତି ଯେ କେନ୍ଦ୍ରର ଅସାମ୍ବିଧାନିକ-ଅଗଣତାନ୍ତ୍ରିକ ‘ଦିଲ୍ଲୀ ବିରୋଧୀ’ ନିୟମ ବିରୁଦ୍ଧରେ ଡିଏମକେଙ୍କ ସମର୍ଥନ ହାସଲ କରିବାକୁ ସେ ଏମ.କେ ଷ୍ଟାଲିନଙ୍କୁ ଭେଟିବେ। ସେ କହିଛନ୍ତି ଯେ ଶୁକ୍ରବାର ସେ ରାଞ୍ଚିରେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ମଧ୍ୟ ଭେଟିବେ।

ଏହାପୂର୍ବରୁ କେଜରିୱାଲ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଏନସିପି ମୁଖ୍ୟ ଶରଦ ପାୱାର ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ଅନେକ ନେତାଙ୍କୁ ଭେଟିଛନ୍ତି। ଏହି ନିୟମ ସମ୍ପର୍କରେ ଏହି ସମସ୍ତ ନେତା କେଜରିିୱାଲଙ୍କୁ ସମର୍ଥନ କରିଥିଲେ ଏବଂ କହିଥିଲେ ଯେ ଆମେ ରାଜ୍ୟସଭାରେ ଏହା ବିରୋଧରେ ଭୋଟ ଦେବୁ।

Share