Categories: ଜାତୀୟ

ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସିସୋଡିଆଙ୍କ ସ୍ତ୍ରୀଙ୍କୁ ଭେଟିଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୬।୪: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ସ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବା ପରେ ପରେ ତାଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବୁଧବାର ଆମ ଆଦମୀ ପାର୍ଟିର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଡାକ୍ତରଖାନାରେ ପହଞ୍ଚି ସିସୋଡିଆଙ୍କ ସ୍ତ୍ରୀଙ୍କୁ ଭେଟିଛନ୍ତି। ଭେଟିବା ପରେ ସେ ଏହି ଗୁରୁତର ରୋଗକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି।

କେଜ୍‌ରିଓ୍ବାଲ ଟୁଇଟ କରି କହିଛନ୍ତି, ଏବେ ଏବେ ମୁଁ ହସ୍ପିଟାଲରେ ମନୀଷ ସିସୋଡିଆଙ୍କ ସ୍ତ୍ରୀଙ୍କୁ ଭେଟିକି ଆସିଲି। ଗତକାଲିଠାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କର ଏକାଧିକ ସ୍କ୍ଲାରୋସିସ ରୋଗ ଅଛି। ସେ ଶୀଘ୍ର ଭଲ ହୋଇଯାଆନ୍ତୁ ବୋଲି ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛି।

ସୂଚନାଯୋଗ୍ୟ, ମନୀଷ ସିସୋଡିଆ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜେଲରେ ଅଛନ୍ତି। ତାଙ୍କ ସ୍ତ୍ରୀଙ୍କର ମଲ୍ଟିପଲ ସ୍କ୍ଲେରୋସିସ ନାମକ ଏକ ରୋଗ ଅଛି।

Share