Categories: ଜାତୀୟ

୨ଦିନିଆ ଗୋଆ ଗସ୍ତରେ ଯିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୭।୧୧: ବିଧାନସଭା ନିର୍ବାଚନ ନେଇ ଆଜିଠୁ ୨ଦିନିଆ ଗୋଆ ଗସ୍ତରେ ଯିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଏ ନେଇ ଏକ ବିଶେଷ ସୁତ୍ରରୁ ସୂଚନା ମିଳିଛି । ୨୦୨୨ରେ ଗୋଆ ବିଧାନସଭା ନିର୍ବାଚନ। ତେବେ ବିଭିନ୍ନ ରାଜନୈତିକ ଦଳ ପ୍ରସ୍ତୁତ ଆରମ୍ଭ କଲେଣି । ତେବେ ରବିବାର ଅପରାହ୍ନ ୪ଟାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମାଣ୍ଟକ ଭଣ୍ଡାରୀ ସମ୍ପ୍ରଦାୟର ସଦସ୍ୟଙ୍କ ମୁଖ୍ୟାଳୟରେ ଏକ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି ।

ତେବେ ୨୦୨୨ ଗୋଆ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି ଲଢିବ ବୋଲି ଘୋଷଣା କରିଛି । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ୩ ଥର ଗୋଆ ଗସ୍ତ କରିସାରିଥିବା ବେଳେ ଆଜି ଚତୁର୍ଥ ଥର ପାଇଁ ଗୋଆ ଗସ୍ତରେ ଯିବେ । ପୂର୍ବରୁ ଗସ୍ତ ସମୟରେ ସେ ମାଗଣା ବିଦ୍ୟୁତ୍‌ , ଏବଂ ଚାକିରି ଗ୍ୟାରେଣ୍ଟି ଘୋଷଣା କରିଥିଲେ।

Share