Categories: ଜାତୀୟ

ହନୁମାନ ଭକ୍ତ କେଜ୍‌ରିଓ୍ବାଲ୍‌ କଲେ ବଡ ଘୋଷଣା

ନୂଆଦିଲ୍ଲୀ,୧୦।୩: ମାର୍ଚ୍ଚ ୮ରୁ ଦିଲ୍ଲୀ ବିଧାନସଭାରେ ବଜେଟ ଅଧିବେଶନ ଆରମ୍ଭ ହୋଇଛି। ବୁଧବାର ବିଧାନସଭାର ବଜେଟ ଅଧିବେଶନ ସମୟରେ ଡେପୁଟି ଗଭର୍ଣ୍ଣର (ଏଲଜି) ଅଭିଭାଷଣ ଉପରେ ମନ୍ତବ୍ୟ ଦେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିର୍‌ଓ୍ବାଲ୍‌ କହିଛନ୍ତି ଯେ ଦିଲ୍ଲୀ ସରକାର ରାମ ରାଜ୍ୟର ଧାରଣା ଉପରେ ପ୍ରସ୍ତୁତ ୧୦ ପଏଣ୍ଟ ଉପରେ କାର୍ଯ୍ୟ କରୁଛନ୍ତି।
ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ସମାପ୍ତ ହେବା ପରେ ପ୍ରଭୁ ଶ୍ରୀ ରାମଙ୍କ ଦର୍ଶନ ପାଇଁ ଦିଲ୍ଲୀର ବୃଦ୍ଧବୃଦ୍ଧାଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହେବ। ସେମାନେ ମାଗଣାରେ ପରିଦର୍ଶନ କରିବେ। ଏହାସହ ମୁଖ୍ୟମନ୍ତ୍ରୀ ନିଜକୁ ହନୁମାନ ଜୀଙ୍କ ଭକ୍ତ ବୋଲି କହିଥିଲେ। କାରଣ ହନୁମାନ ଜୀ ହେଉଛନ୍ତି ଭଗବାନ ଶ୍ରୀ ରାମଙ୍କର ଏକ ସ୍ବତନ୍ତ୍ର ଭକ୍ତ। ପ୍ରଭୁ ଶ୍ରୀ ରାମ ସମସ୍ତଙ୍କ ପାଇଁ ଆରାଧ୍ୟ ଦେବତା। ମୁଁ ଉଭୟଙ୍କର ଜଣେ ଭକ୍ତ। ଭଗବାନ ଶ୍ରୀ ରାମ ଅଯୋଧ୍ୟାଙ୍କର ରାଜା ଥିଲେ। ତାଙ୍କ ଶାସନ କାଳରେ ସବୁକିଛି ବହୁତ ଭଲ ଥିଲା। ସମସ୍ତେ ଖୁସରେ ଥିଲେ। କୌଣସି ପ୍ରକାରର ଦୁଃଖ ନ ଥିଲା। ସେଠାରେ ସମସ୍ତ ପ୍ରକାରର ସୁବିଧା ଥିଲା। ତେଣୁ ଏହାକୁ ରାମରାଜ କୁହାଯାଉଥିଲା। ତେଣୁ ଆମେ ରାମରାଜ୍ୟକୁ ଦୃଷ୍ଟିରେ ରଖ କାର୍ଯ୍ୟ କରିବୁ ବୋଲି କେଜ୍‌ରିଓ୍ବାଲ୍‌ କହିଛନ୍ତି।

Share