Categories: ଜାତୀୟ

ନେହେରୁଙ୍କ ପ୍ରସଙ୍ଗକୁ ନେଇ ଭାଜପାକୁ ଟାର୍ଗେଟ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୭।୮: ଚାଇନା ପ୍ରସଙ୍ଗରେ ଆମ ଆଦମୀ ପାର୍ଟି(ଏଏପି)ର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ ଗୁରୁବାର କହିଛନ୍ତି ଯେ ଚାଇନା ଗତ ୯ ବର୍ଷ ଧରି ଭାରତ ଉପରେ ନଜର ରଖିଛି କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି ସମ୍ପୂର୍ଣ୍ଣ ନିରବ ଅଛନ୍ତି। ଏପରିକି ଚାଇନା ଶବ୍ଦ ପ୍ରଧାନମନ୍ତ୍ରୀଙ୍କ ମୁହଁରୁ ବାହାରି ନାହିଁ।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିିୱାଲ କହିଛନ୍ତି, ମୋର ମନେ ଅଛି ଯେ ଅକ୍ଟୋବର ୨୦୧୯ରେ ଚାଇନା ରାଷ୍ଟ୍ରପତି ଭାରତ ଆସିଥିଲେ। ତାମିଲନାଡୁର ମହାବଲେଶ୍ୱରରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି ସି ଜିନପିଙ୍ଗ ମନ୍ଦିରରେ ହାତ ମିଳାଇ ବୁଲୁଥିଲେ। ଫଟୋ ମଧ୍ୟ ନିଆଯାଇଥିଲା ଏବଂ ୧୫ଜୁନ ୨୦୨୦ରେ ଚାଇନା ସେନା ଗଲଓ୍ବାନ ଘାଟିରେ ଆମର ସେନାଙ୍କ ଉପରେ ଆକ୍ରମଣ କରି ଆମର ୨୦ ଜଣ ସେନାଙ୍କୁ ନିହତ କରିଥିଲେ।
ଅରବିନ୍ଦ କେଜରିୱାଲ ଦାବି କରିଛନ୍ତି, ଏହି ଲୋକମାନେ (ଭାଜପା) ଜବାହରଲାଲ ନେହେରୁଙ୍କୁ ଗାଳି କରିଛନ୍ତି। ଅନ୍ତତଃପକ୍ଷେ ନେହେରୁ ଚାଇନା ସହିତ ତାଙ୍କ ଆଖିରେ ଆଖି ମିଶାଇ ଯୁଦ୍ଧ କରିଥିଲେ। ସେମାନେ (ଭାଜପା) ସିଧାସଳଖ ଆତ୍ମସମର୍ପଣ କରିଥିଲେ। ଚାଇନା ଆମ ଉପରେ ଆକ୍ରମଣ କରିଥିଲା ଆଉ ଆମର ୨୦୦୦ ସ୍କୋୟର କିଲୋମିଟର ଅଞ୍ଚଳ ପାଇଁ ଭାଜପା ଚାଇନାକୁ ପୁରସ୍କାର ଦେଇଥିଲା।

Share