Advertisement
Categories: ଜାତୀୟ

କେଜ୍ରିୱାଲଙ୍କୁ ଜେରା କରୁଛି ଇଡି, ସୁପ୍ରିମକୋର୍ଟ ପହଞ୍ଚିଲା ଲିଗାଲ ଟିମ୍

ନୂଆଦିଲ୍ଲୀ,୨୧।୩: ଦିଲ୍ଲୀର ଅବକାରୀ ନୀତି ମାମଲାରେ ସମନ ଦେବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ର ଏକ ଟିମ୍ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ପହଞ୍ଚିଛନ୍ତି। ମନି ଏଜେନ୍ସି ଲଣ୍ଡରିଂ ଆକ୍ଟ (PMLA) ର ଧାରା 50 ଅନୁଯାୟୀ ଅନୁସନ୍ଧାନକାରୀ ଦଳ ବର୍ତ୍ତମାନ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ରେକର୍ଡ କରୁଛନ୍ତି।

ଅନ୍ୟପଟେ ଅରବିନ୍ଦ କେଜ୍ରିୱାଲଙ୍କ ଲିଗାଲ ଟିମ୍ ତୁରନ୍ତ ସୁପ୍ରିମକୋର୍ଟଙ୍କ ନିକଟକୁ ଯାଇ ଏହି ମାମଲାର ତ୍ୱରିତ ଶୁଣାଣି କରିବାକୁ ଅପିଲ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share