Categories: ଜାତୀୟ

ପ୍ରବାସୀଙ୍କୁ ହାତ ଯୋଡ଼ିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୯।୪ : ଦିଲ୍ଲୀରେ ୬ ଦିନିଆ ଲକ୍‌ଡାଉନ ଘୋଷଣା ହେବା ପରେ ହଜାର ହଜାର ସଂଖ୍ୟାରେ ପ୍ରବାସୀ ଶ୍ରମିକମାନେ ଘରକୁ ଫେରିବା ପାଇଁ ଆନନ୍ଦ ବିହାର ଆଇଏସ୍‌ବିଟିଠାରେ ଏକତ୍ରିତ ହୋଇଛନ୍ତି। ସେମାନଙ୍କୁ ଦିଲ୍ଲୀ ନ ଛାଡ଼ିବା ପାଇଁ ହାତ ଯୋଡ଼ି ଅନୁରୋଧ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। ପ୍ରବାସୀଙ୍କୁ ଆଶ୍ୱାସନା ଦେବା ପାଇଁ ‘ମେ ହୁଁ ନା’ (ତୁମମାନଙ୍କ ପାଇଁ ମୁଁ ଅଛି) କହିଛନ୍ତି ମୁଖ୍ୟମନ୍ତ୍ରୀ।

ପୋଲିସ ଅଧିକାରୀଙ୍କ ଅନୁଯାୟୀ, ରେଲଓ୍ବେ ଷ୍ଟେଶନ, ଆଇଏସ୍‌ବିଟି ସମେତ ଆନନ୍ଦ ବିହାରରେ ୫ ହଜାରରୁ ଅଧିକ ପ୍ରବାସୀ ଏକତ୍ରିତ ହୋଇଛନ୍ତି। ସଂଖ୍ୟା ଧିରେ ଧିରେ ବଢ଼ୁଛି। ସେମାନଙ୍କ ପାଇଁ ଟ୍ରାନ୍ସପୋର୍ଟ କିମ୍ବା ଅସ୍ଥାୟୀ ରହିବା ବ୍ୟବସ୍ଥା କରିବାକୁ ସ୍ଥାନୀୟ ପ୍ରଶାସନ ସହ ଆଲୋଚନା କରୁଛି ପୋଲିସ।

ମୁଁ ଆଶ୍ୱାସନା ଦେଉଛି। ତୁମମାନଙ୍କ ସମ୍ପୂର୍ଣ୍ଣ ଯତ୍ନ ସରକାର ନେବ। ମୁଁ ଅଛି, ମୋ ଉପରେ ଭରସା ରଖନ୍ତୁ। ମୁଁ ସେମାନଙ୍କୁ ହାତଯୋଡ଼ି କହିବାକୁ ଚାହୁଁଛି, ଏହା ୬ ଦିନିଆ ଛୋଟିଆ ଲକ୍‌ଡାଉନ। ଦୟାକରି ଦିଲ୍ଲୀ ଛାଡ଼ି ଯାଅ ନାହିଁ। ଯିବା ଆସିବାରେ ତୁମର ବହୁ ମୂଲ୍ୟବାନ ସମୟ ଓ ଟଙ୍କା ଖର୍ଚ୍ଚ ହେବ। ଦିଲ୍ଲୀରେ ରୁହ ବୋଲି କେଜରିଓ୍ବାଲ କହିଛନ୍ତି।

Share