Categories: ଜାତୀୟ

ଆଉ ୨ଶହ ନୁହେଁ ବିବାହ ଭୋଜିରେ ଯୋଗଦେବେ କେବଳ ୫୦

ନୂଆଦିଲ୍ଲୀ,୧୭ ।୧୧: ରାଜଧାନୀ ଦିଲ୍ଲୀରେ ଗତ କିଛି ସପ୍ତାହ ହେବ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦେଖି ଏବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି କିଛିଦିନ ହେବ ବିବାହ ଭୋଜିରେ ୨ଶହ ଲୋକ ଯୋଗ ଦେବାକୁ କେନ୍ଦୟ ସରକାରଙ୍କ ଅନୁମତି ମିଳିଥିଲା । ଆଉ ଏବେ ଶୀତଋତୁ ଆରମ୍ଭ ସାଙ୍ଗକୁ ଏତେ ଲୋକ ଏକାଠି ହେବା ଫଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଯାଉଛି । ତେଣୁ ପୂର୍ବର ନିର୍ଦ୍ଦେଶକୁ ଏବେ ଫେରାଇ ନିଆଯାଇ ରାଜଧାନୀ ଦିଲ୍ଲୀରେ ଏଣିକି ବିବାହ ଭୋଜିରେ କେବଳ ୫୦ ଜଣ ଲୋକ ଯୋଗ ଦେଇ ପାରିବେ ବୋଲି କୁହାଯାଇଛି । ଅନ୍ୟପଟେ ଦୀପାବଳୀ ସମୟରେ ବଜାରରେ ଲୋକଙ୍କ ଅସମ୍ଭବ ଭିଡକୁ ଦେଖି କେଜରିୱାଲ କହିଛନ୍ତି ଏବେ ପୁଣିଥରେ ଦିଲ୍ଲୀରେ କରୋନା ସଂକ୍ରମଣ ପିକ୍‌ରେ ପହଞ୍ଚିଛି । ଏହାକୁ କାବୁ କରିବାକୁ ହେଲେ ପୁଣିଥରେ ଲକ୍‌ଡାଉନ ଆବଶ୍ୟକ ବୋଲି ସେ କହିଛନ୍ତି । ଏଥିପାଇଁ ସେ ଉପରାଜ୍ୟପାଳଙ୍କ ନିକଟକୁ ଏକ ପ୍ରସ୍ତାବ ପଠାଇଛନ୍ତି । କାରଣ କେନ୍ଦ୍ର ସରକାରଙ୍କ ବିନା ଅନୁମତିରେ ଲକ୍‌ଡାଉନ ଘୋଷଣା କରାଯାଇ ପାରିବ ନାହିଁ । ତେବେ ପର୍ବପର୍ବଣି ସରିଲେ ହୁଏତ ଏହା କମ୍ ହୋଇଯିବ ବୋଲି ସେ କହିଛନ୍ତି ।

Share